STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ତୁମେ ମୋର ପ୍ରଭୁ

ତୁମେ ମୋର ପ୍ରଭୁ

1 min
523


ତୁମେ ମୋର ପ୍ରଭୁ ମୁଁ ତୁମ ସେବକ

    ହେ ଶ୍ରୀ ହରିହର ମୋର,

କିଏ ପ୍ରଭୁ ଏଠି କେ କାହାର ଦାସ

    ହରିହର ଏକାକାର ।।


ସଂସାର ବୃକ୍ଷରେ ସୃଷ୍ଟି ର କାରଣ

    ପାର୍ଥିବ ମୋହକୁ ତେଜି,

ନମ୍ରତା ମନ୍ତ୍ରରେ ଦୀକ୍ଷିତ ହେ ଜାଣ

    ଶିବ, ନାରାୟଣ ହେଜି ।।


ମୂଳେ ବ୍ରହ୍ମା,ମଧ୍ୟେ ବିଷ୍ଣୁ,ଅଗ୍ରେ ଶିବ

     ତ୍ରିନାଥ ଯେ ଏକ ସତ୍ତା,

କୁହୁଡି ଭିତରେ ମାୟାରେ ଏ ଜୀବ

   ଚିହ୍ନି ନ ପାରେ କେ କର୍ତ୍ତା ।।


ହଜି ଯେ ହଜେନା ଭକ୍ତି, ଭାବ ମୂଳ 

    ଅନୁଭବ ତା'ର ଶ୍ରେଷ୍ଠ,

ଗୀତା, ଭାଗବତ ହୃଦେ ଆଦିମୂଳ

    ନିଷ୍କାମ ଚେତନା ବିଶିଷ୍ଟ ।।


ପାଇବାର ମୋହ ହରାଇବା ଦୁଃଖ

     ପଦ୍ମପତ୍ରେ ଜଳ ସମ,

ଆଲୋକ, ଅନ୍ଧାର,ମିଳନ,ବିଚ୍ଛେଦ

    ନିର୍ବିକାରେ ସେ ଅସୀମ ।।


ତନ୍ମୟ ହୋଇବ ଭରସା ରଖିବ

    ଶ୍ରଦ୍ଧା ଦ୍ୱାର ଫିଟିଯିବ,

ବୁଝିବା ଭାବିଲେ ସେ ପ୍ରତିବନ୍ଧକ

   ଗମ୍ୟ, ଅଗମ୍ୟ ହୋଇବ ।।


ଅମୋଘ ମନ୍ତ୍ରରେ ଦୁର୍ଲ୍ଲଭ ସୂତ୍ରରେ

    ସରଳ ପରାଣ ବନ୍ଧା,

ତର୍କେ ବହୁଦୂର ବିଶ୍ୱାସେ ସେ ଘରେ

   ପ୍ରଭୁ ପଦ୍ମପାଦ ଛନ୍ଦା ।।


ଜଡ଼ ସେ ନୁହନ୍ତି ପ୍ରବାହ ଚୈତନ୍ୟେ

    ଖୋଜୁଥାନ୍ତି ଶ୍ରଦ୍ଧା, ଭାବ,

ଏ ମୂଢ଼ କି, ଜାଣେ ପୁରାଣ ପୁରୁଷ

    ହୃଦୟେ ପ୍ରେମ ସ୍ଵଭାଵ ।।


ଆଖି ଥାଇ ଅନ୍ଧ ବିବେକ ତ ସୁପ୍ତ

 ମୋହ ମୋ'ର,ମୋ'ର ହୋଇ,

ସମ୍ପୂର୍ଣ୍ଣ ଅସ୍ତିତ୍ୱ ଭୁଲେ ସେହି ତତ୍ତ୍ୱ

   ଚେତନା ପାଇବ କା'ହିଁ ।।


କୃପାମୟ କୃପା ବିଶେଷ ଆଶିଷେ

    ହୃଦୟରୁ ଆସେ ଝରି,

ସବୁ ଏଠି ମାୟା ସତ୍ୟ ଏକ ଶାୟା

   ଝୁରିବା ଗୁଣେ ହରହରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational