STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ପାରି କରି ଦେବୁ ମାଆ

ପାରି କରି ଦେବୁ ମାଆ

1 min
689


ଶତ ଜନମର ପୁଣ୍ୟ ବଳେ ମାଆ

ଜନମିଛି ଏ ଧରାରେ

ପହିଲି ପରଶ ପାଇଲି ଯେବେ ମୁଁ

ତୋ ନାମ ଥିଲା ତୁଣ୍ଡରେ।


ତୋର ହାତ ଗଢା ଏହି ସଂସାରରେ

ଭରିଛି ପୀୟୂଷ ରସ

ସ୍ଥାବର ଜଙ୍ଗମ୍ ଆକାଶ ପବନେ

ସବୁଠି ତୋର ପରଶ।


ଯେଉଁ ଆଡେ ଯାଏ ମୋ ବେନି ନୟନ

ସବୁ ଠାରେ ଦେଖେ ତୋତେ

ତୋ ପରି ଜନନୀ ପାଇ ମୁଁ ଜୀବନେ

ଭାଗ୍ୟବାନ ମୁହିଁ ସତେ।


ମଣିଷ ଜନମ ପାଇଛି ମୁଁ ଯେଣୁ

ମନ ମୋ ସଦା ଚଞ୍ଚଳ

ଏ ଭବ ସାଗରେ ଜୀବନ ତରୀଟି

ହୁଏ ସଦା ଟଳମଳ।


ବାଟ ଭୁଲି ଯେବେ ଅବାଟରେ ମୋର

ପାଦ ବେନି ଚାଲି ଯାଏ

କାମିନୀ କାଞ୍ଚନ ମାୟା ଜାଲେ ପଡ଼ି

ମନ ମୋର ଛନ୍ଦି ହୁଏ।


ସେତେବେଳେ ମୋର ପାରୁସରେ ରହି

ହୋଇବ ମୋହର ସାହା

ମୋହ ମାୟା ଭରା ଏ ଭବ ସାଗରୁ

ପାରି କରି ଦେବୁ ମାଆ

ପାରି କରିଦେବୁ ମାଆ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational