ଆମେ ଓଡ଼ିଆ
ଆମେ ଓଡ଼ିଆ
କଳିଙ୍ଗ ଉତ୍କଳ ଓଡିଶା ଭୁବନ
ଆମେ ଯେ ଅଟୁ ଓଡିଆ
ପ୍ରାଚୀନ ଆମର ସଭ୍ୟତା ସଂସ୍କୃତି
ଭାଷା ଯେ ଭାରି ବଢିଆ !
ଆମରି ମାଟିର କେତେ ଯୋଦ୍ଧା ବୀର
ବୁଝି ସ୍ୱାଭିମାନ ଅର୍ଥ
ଉତ୍କଳ ମାଟିର ଗଉରବ ପାଇଁ
ତ୍ୟାଗକଲେ ନିଜ ସ୍ଵାର୍ଥ !
କଳିଙ୍ଗ ମାଟିର କଳା କାରିଗରୀ
ଅଟଇ ବିଶ୍ଵବିଦିତ
ଇତିହାସେ ଲେଖା କେତେଯେ କାହାଣୀ
ସୁଦୃଢ଼ ଆମ ସାହିତ୍ୟ !
ଓଡ଼ିଆ ପ୍ରାଣର ଆରାଧ୍ଯ ଦେବତା
ଜଗତର ସେତ ନାଥ
ଭକତିରେ ଥରେ ଡାକିଦେଲେ ତାଙ୍କୁ
ସୁଗମ କରନ୍ତି ପଥ !
ଆସ ଆମେ ସର୍ବେ ହୋଇବା ଏକତ୍ର
ବୁଝିବା ମାଆର ଦୁଃଖ
ତା ଦୁଃଖକୁ ନିଜ ଦୁଖଃ ଭାବିନେଲେ
ମିଳିବ ପ୍ରକୃତ ସୁଖ !
