କୋରୋନା ପରେ ପରେ
କୋରୋନା ପରେ ପରେ


ଭାରତର ଧର୍ମ ସଂସ୍କୃତି ନିଆରା
ବିଦେଶେ ଥିଲା ସୀମିତ
ଆୟୁର୍ବେଦ ଯୋଗ ନମସ୍କାର ଏବେ
ହୋଇଲା ବିଶ୍ୱ ବିଦିତ ।
ଗାଡି ଓ ମଣିଷ କୋଳାହଳ ଶବ୍ଦେ
ଫାଟି ପଡୁଥିଲା ମାଟି
ଖୋଜିଲେ ବି ଆଜି ଦେଖା ଯାଉନାହିଁ
ଶୁଭୁନାହିଁ କାହା ପାଟି ।
ପ୍ରଦୂଷଣ ଭାରେ ଦେଶ ବୁଡିଥିଲା
ବାୟୁ ସାଜିଥିଲା ବିଷ
ନୀଳ ରଙ୍ଗେ ଆଜି ଆକାଶ ହସୁଛି
ଶାନ୍ତିରେ ନେଉଛି ଶ୍ଵାସ ।
ଗଙ୍ଗାମାତା ଦୁଃଖ ସର୍ବେ ଅବଗତ
ଜଳ ଯେ ଥିଲା ଜହର
ସରକାର ଜନତା ପାରିଲେନି ଯାହା
ପ୍ରକୃତି କଲା ମଧୁର ।
ନେତା ମନ୍ତ୍ରୀଙ୍କର ସଭା କାର୍ଯ୍ୟ ପାଇଁ
ଧାଉଁ ଥିଲେ ରାଜଧାନୀ
ଡିଜିଟାଲ ଇଣ୍ଡିଆ ପ୍ରଭାବେ ଆଜି
ଦିଲ୍ଲି ପଲ୍ଲୀ ସାମ୍ନାସାମ୍ନି ।
ପୌରାଣିକ କାହାଣୀ ଦେଖିବା ପାଇଁ
ମନେ ଥିଲା କେତେ ଭ୍ରମ
ରାମାୟଣ ମହା ପ୍ରଭାବରେ ଆଜି
ମୁଖେ ହରିଙ୍କର ନାମ ।