Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangram Kishor parida

Inspirational

4.0  

Sangram Kishor parida

Inspirational

ଶୁଦ୍ଧ ପ୍ରେମ

ଶୁଦ୍ଧ ପ୍ରେମ

1 min
277


ପ୍ରେମର ଝରଣା ପ୍ରବାହିତ ହୁଏ

ହୃଦୟ ହୋଇଲେ ଶୁଦ୍ଧ,

ପ୍ରେମ ଅଟେ ସତ୍ୟ, ପ୍ରେମ ହିଁ ସୁନ୍ଦର,

ପ୍ରେମ ଜିଣିପାରେ ଯୁଦ୍ଧ ।


ପ୍ରେମରେ ନ ଥାଏ କାମନା, ବାସନା,

ପ୍ରେମ ଅଟେ ଚିରନ୍ତନ,

ପ୍ରେମ ହିଁ ନିଶ୍ୱାସ, ପ୍ରେମ ହିଁ ବିଶ୍ୱାସ,

ପ୍ରେମ ବଞ୍ଚେ ଚିରଦିନ ।


ପ୍ରେମରେ ନ ଥାଏ ସ୍ୱାର୍ଥ ବା ପ୍ରତ୍ୟାଶା,

ପ୍ରେମ ହିଁ ନିଷ୍କପଟତା,

ପ୍ରେମ ଯେ ଶାଶ୍ୱତ, ପ୍ରେମ ଯେ ସାଧୁତା,

ପ୍ରେମ ହିଁ ମାନବିକତା ।


ପ୍ରେମ ଈଶ୍ଵରୀୟ, ପ୍ରେମ ହିଁ ସ୍ୱର୍ଗୀୟ,

ପ୍ରେମରୁ ଦୟାର ଜାତ,

ପ୍ରେମରେ ନଥାଏ ଘୃଣା ଭେଦଭାବ,

ପ୍ରେମ ହିଁ ଅମୃତ ସ୍ରୋତ ।

 

ପ୍ରେମ ସମର୍ପଣ, ପ୍ରେମ ବଳିଦାନ,

ପ୍ରେମ ଅଟେ ସଚ୍ଚୋଟତା,

ପ୍ରେମରେ ପ୍ରେମରେ ଯୁଗ ବିତିଯାଏ,

ପ୍ରେମ ଅଟେ ନୀରବତା ।


Rate this content
Log in

Similar oriya poem from Inspirational