Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangram Kishor parida

Inspirational

4.5  

Sangram Kishor parida

Inspirational

ଗୁରୁ

ଗୁରୁ

1 min
278


ଗୁରୁ ତୁମେ ବ୍ରହ୍ମା ବିଷ୍ଣୁ ମହେଶ୍ଵର ଦେଖାଅ ଅମୃତ ପଥ 

ତୁମ ଅଲୌକିକ ପରଶ ପାଇଲେ ଗଡିବ ଜୀବନରଥ ! 


ତୁମେ ଶିକ୍ଷା ଗୁରୁ ତୁମେ ଦୀକ୍ଷା ଗୁରୁ ଶିଷ୍ୟର ତୁମେ ହିଁ ବଳ 

ଶୂନ୍ୟ ମସ୍ତିଷ୍କକୁ କର ତୁମେ ପୂର୍ଣ୍ଣ ଦୁର୍ବଳ ହୁଏ ସବଳ ! 


ଆଶୀର୍ବାଦ ତୁମ ରହିଥିଲେ ସଦା ଅରଜିବି ମୁହିଁ ଜ୍ଞାନ 

ସାରା ସଂସାରରେ ବିତରି ଏହାକୁ ରଖିବି ତୁମର ମାନ ! 


ଜୀବାତ୍ମାକୁ ଆଧ୍ୟାତ୍ମିକ ପ୍ରଗତିରେ କରାଇବାକୁ କରମ 

ଈଶ୍ୱରଙ୍କ ଉପଲବ୍ଧି କରିବାରେ କେବଳ ତୁମେ ହିଁ କ୍ଷମ ! 


ତୁମେ ଅଟ ଶକ୍ତି ତୁମେ ଅଟ ମୁକ୍ତି ପରମ ମଙ୍ଗଳମୟ 

ଗୁରୁ ଦିବସରେ ପ୍ରଣାମ କରୁଛି ଦୂରକର ସବୁ ଭୟ ! 


ଗୁରୁ ଦିବସରେ ପ୍ରଣାମ କରୁଛି ଦୂରକର ସବୁ ଭୟ ! 

ଗୁରୁ ଦିବସରେ ପ୍ରଣାମ କରୁଛି ଦୂରକର ସବୁ ଭୟ ! 



Rate this content
Log in