ବିଶ୍ୱବିଜୟୀ ବିବେକାନନ୍ଦ
ବିଶ୍ୱବିଜୟୀ ବିବେକାନନ୍ଦ
ସତ୍ୟ ଶାନ୍ତି ଦୟା ପ୍ରେମର ପ୍ରତୀକ
ଧନ୍ୟ ଅଟ ତୁମେ ନାଥ ନରେନ୍ଦ୍ର
ଜ୍ଞାନ ବଳେ ସାରା ବିଶ୍ୱକୁ ଜିଣିଲ
ବିଶ୍ୱବିଜୟୀ ହେ ବିବେକାନନ୍ଦ !
ତୁମେ ଅଟ ଯୁବବର୍ଗଙ୍କ ଆଦର୍ଶ
ଆଧ୍ୟାତ୍ମବାଦର ଶ୍ରେଷ୍ଠ ପୁରୁଷ
ଜନ୍ମଦିବସରେ ସାରା ଭାରତରେ
ପାଳିତ ହେଉଛି "ଯୁବ ଦିବସ" !
ସନ୍ଥ ରାମକୃଷ୍ଣ ପରମହଂସ ସେ
ଚିହ୍ନିଲେ ତୁମର ଅସଲ ଗୁଣ
ମନରୁ ସନ୍ଦେହ କରିଲେ ସେ ଦୂର
ପ୍ରିୟ ଶିଷ୍ୟ ରୂପେ କଲେ ଗ୍ରହଣ !
ଆମେରିକା ଦେଶେ ଚିକାଗୋ ସହରେ
ଧର୍ମ ସଂସଦରେ ସାମିଲ ହେଲ
ସନାତନ ହିନ୍
ଦୁ ସଂସ୍କୃତିକୁ ପ୍ରେମେ
ସାରା ବିଶ୍ୱ ଆଗେ ପ୍ରକାଶ କଲ !
ଦେଶରୁ ଦାରିଦ୍ର୍ୟ କରିବାକୁ ଦୂର
ରାମକୃଷ୍ଣ ମଠ କଲ ସ୍ଥାପନ
ସେହି ସଂସ୍ଥା ଆଜି କରେ ସେବାକାର୍ଯ୍ୟ
ଦେଶବିଦେଶରେ ମିଳେ ସମ୍ମାନ !
ଦୂରଦର୍ଶୀ ତ୍ୟାଗୀ ସଚ୍ଚା ରାଷ୍ଟ୍ରଭକ୍ତି
ଧାର୍ମିକ ଗୁଣରେ ଅଟ ମହାନ୍
ଦେଶରୁ ଅଜ୍ଞାନ ଦୁଃଖ ଦୂର ପାଇଁ
ଉତ୍ସର୍ଗ କରିଲ ନିଜ ଜୀବନ !
ଭାରତ ମାତାର ଶକ୍ତି ମୁକ୍ତି ପାଇଁ
ପ୍ରତି ମୁହୂର୍ତ୍ତରେ କାର୍ଯ୍ୟ କରିଲ
ସ୍ୱଳ୍ପ ଓ ସଫଳ ଜୀବନ ଜୀଇଁ ବି
ସଭିଙ୍କ ପ୍ରେରଣା ଉତ୍ସ ସାଜିଲ