Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangram Kishor parida

Inspirational

4.5  

Sangram Kishor parida

Inspirational

ବିପିନ୍ ରାୱତ(CDS GENERAL)

ବିପିନ୍ ରାୱତ(CDS GENERAL)

1 min
411



ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ

ନାମ ବିପିନ ରାୱତ

ତାଙ୍କ ବଳିଦାନ ତ୍ୟାଗ ନିଷ୍ଠା ପ୍ରେମ

ମନେ ରଖିବ ଭାରତ !


ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସି.ଡି.ଏସ୍)

ସେ ଥିଲେ ତାହାର ମୁଖ୍ୟ

ଦେଶର ସୁରକ୍ଷା ସୁଦୃଢ଼ ହୋଇଲା

ବଢ଼ିଲା ଶତ୍ରୁର ଦୁଃଖ !


ସର୍ବଦା ଅଟଳ ଅଚଳ ଅଭୟ

ଶାନ୍ତି ଥାଉ ଅବା ଯୁଦ୍ଧ

ରାଷ୍ଟ୍ରହିତ ପାଇଁ ହୋଇ ସେ ଦୁର୍ଦ୍ଧର୍ଷ

କରୁଥିଲେ ଶତ୍ରୁ ବଧ ! 


ତିନି ସେନାର ସେ ସମନ୍ଵୟ କରି

ପ୍ରତିରକ୍ଷା କଲେ ଦୃଢ଼

ଇଟାର ଜବାବ୍ ପଥରରେ ଦେଇ

ଭାଙ୍ଗିଲେ ଶତ୍ରୁଙ୍କ ଗଡ଼ !


ଷ୍ଟ୍ରାଇକ୍ ନିଷ୍ପତ୍ତିରେ ଥିଲେ ସିଦ୍ଧହସ୍ତ

ମନରେ ନ ରଖି ଦ୍ଵନ୍ଦ

ମିଆଁମାର୍ ହେଉ କି କାଶ୍ମୀର ବର୍ଡ଼ର୍

ଭେଦ କରି ଶତ୍ରୁ ଫନ୍ଦ !


ଭାରତମାତାର ସେବା ସୁରକ୍ଷାରେ

ଉତ୍ସର୍ଗ କରିଲେ ପ୍ରାଣ

ନିଧନରେ ତାଙ୍କ ଲୋତକ ଝରଇ

ଦେଶ ଆଜି ମ୍ରିୟମାଣ !


Rate this content
Log in

Similar oriya poem from Inspirational