ମୌସୁମୀ
ମୌସୁମୀ
ବରଷକେ ଥରେ ଆସଇ ମୌସୁମୀ ଉପକୃତ ହୁଏ ଦେଶ ତା ଯୋଗୁଁ ମିଳଇ ଅନ୍ନ ସାଥେ ଜଳ ବରଷକ ବାର ମାସ !
ବଦଳାଇ ଦିଏ ପ୍ରକୃତିର ରୂପ ଆନନ୍ଦିତ ହୁଏ ଧରା ବ୍ୟତିକ୍ରମ ହେଲେ ଆଗମନ ତା'ର ସବୁକାର୍ଯ୍ୟ ହୁଏ
ମାରା !
ପ୍ରକୃତିର ଏହା ସୁନ୍ଦର ପ୍ରକ୍ରିୟା ନିଦାଘରୁ କରେ ରକ୍ଷା ସମୟ ହୋଇଲେ ସାରା ଦେଶବାସୀ କରନ୍ତି ତାକୁ ଅପେକ୍ଷା !
କୃଷି କୃଷକର ଜୀବନର ରେଖା ଦକ୍ଷିଣୁ ଯାଏ ପଶ୍ଚିମ ବ୍ୟାପକ ଅଟଇ ତାହାର ପ୍ରଭାବ ଗ୍ରୀଷ୍ମକୁ ଦିଏ ବିଶ୍ରାମ !
ଜଳ ନୂହେଁ ସେତ ଜୀବନ ଅଟଇ ପ୍ରାଣ ଭରି ଦିଏ ଜିବେ ପଶୁପକ୍ଷୀ ଅବା ବୃକ୍ଷଲତା ଗଣ ଆନନ୍ଦ ଲଭନ୍ତି ସର୍ବେ !
ଜଳରୁ ସ୍ଥଳକୁ ପ୍ରବେଶ କରଇ ଶୀତଳ ଜଳୀୟ ବାଷ୍ପ ଚାରି ମାସ ଧରି ଆକାଶୁ ବରଷେ ସୃଷ୍ଟି କରେ ଫଳ ପୁଷ୍ପ !
