Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Inspirational

3  

Sahadev Behera

Inspirational

ଅନ୍ଧ କୁସଂସ୍କାର

ଅନ୍ଧ କୁସଂସ୍କାର

1 min
218



   

ଦିନେ ଏ ଦୁନିଆ   ଚଳୁଥିଲା ସତେ 

   ଅନ୍ଧ କୁସଂସ୍କାର ପଥେ 

ଶିକ୍ଷାର ଆଲୋକ  ଯିବେ ଦେଖାଦେଲା 

   ଏସବୁ ହଟିଲା ସତେ ll 1


ନାରୀ ନିର୍ଯ୍ୟାତନା  ବାଳୁତ ବିବାହ 

    ବିଧବା ବିବାହ ପ୍ରଥା 

ନାରୀ ଶିକ୍ଷା ଅବା ପ୍ରୌଢ ଶିକ୍ଷା ହେଉ 

    ହେଉ ସତୀ ଦାହ ପ୍ରଥା ll 2


ଗଲାଣି ଦୂରେଇ ବଳି ପ୍ରଥା ପୁଣି 

    ଛୁଆଁ ଅଛୁଆଁର ଭେଦ 

ଜାତି ପ୍ରଥା ନାହିଁ ନାହିଁ ଉଚ୍ଚନୀଚ 

   ନାହିଁ ନିନ୍ଦା ଅପବାଦ ll 3


କାଳିଆ ବିଲେଇ  ବାଟ ଓଗାଳିବା

    ଡାକିଲେ ପଛରୁ କିଏ 

ଝଡା ଫୁଙ୍କା ରୋଗ  ଗୁଣିଆ ଔଷଧ 

     ଏ କଥା ନ ଧରେ କିଏ ll 4


ସ୍ବାଧୀନ ଭାରତେ ସର୍ବେ ନାଗରିକ 

      ଅଧିକାର ଅଛି ଲେଖା 

କହିବା, ବଞ୍ଚିବା ସ୍ବାଧୀନ ଭାବରେ 

   କେହି ନ ଦିଅଇ ଧକ୍କା ll 5


ବିଜ୍ଞାନ ଯୁଗରେ  ଅନ୍ଧ କୁସଂସ୍କାର 

     ଦେଲାଣି ସବୁ ଲିଭାଇ 

ଶିକ୍ଷାର ଆଲୋକ  ଜଳୁଥିବା ଯାଏ 

    ଏସବୁ ଯିବ ଦୂରେଇ ll 6

 


Rate this content
Log in