STORYMIRROR

Sahadev Behera

Others Children

3  

Sahadev Behera

Others Children

ନଦୀ ପଠାତୀରେ

ନଦୀ ପଠାତୀରେ

1 min
176


ନଦୀ ପଠାତୀରେ 

କାଶତଣ୍ଡୀ ଫୁଲେ 

      ଗଢନ୍ତି ନୂଆ ସହର

ନିରିମଳ ଜଳେ 

ସିନାନ କରନ୍ତି 

     ହୁଅନ୍ତା କି ଭାଗ୍ଯ ମୋର ll 1


ନଉକା ବିହାର 

କରନ୍ତି ନିଇତି 

     ଧରନ୍ତି ନଦୀରୁ ମାଛ 

ନଦୀ କୂଳେ କୂଳେ 

ନାନା ପରକାରେ

     ଲଗାଇ ଦିଅନ୍ତି ଗଛ ll2


ପାହାଡ ଉପରୁ 

ପାହାଡି ଝରଣା 

      କୂଳୁ କୂଳୁ ଗାନ ଶୁଣି 

ଦୁଃଖ କଷଣକୁ 

ଭୂଲି ମୁଁ ଯାଆନ୍ତି 

      ପିଇ ତା ମଧୁର ପାଣି ll3


ସୁରୂଯ ଉଇଁଲେ 

ବନାନୀ ହସିବ 

      ହସିବ ମୋ ମନ ଥିରି 

ବରଷା ଆକାଶେ 

ଇନ୍ଦ୍ରଧନୁ ଖେଳେ 

      ମେଲାଇ ତା ରଙ୍ଗ ଦରି ll4


କୁଳୁକୁଳୁ ନାଦେ  

ନିର୍ଝରିଣୀ ନାଚେ 

       କୁହୁକୁହୁ ରଟେ ପକ୍ଷୀ 

ମନଲୋଭା ତୋର 

ଶରତ ସୁଷମା 

       ମନ ରହିଯାଏ ଲାଖି ll 5



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍