STORYMIRROR

Santanu Bisoi

Inspirational Others

3  

Santanu Bisoi

Inspirational Others

ଫେରିଯାଅ ତୁମେ ମହାମାୟୀ

ଫେରିଯାଅ ତୁମେ ମହାମାୟୀ

1 min
251

ଫେରିଯାଅ ତୁମେ ମହାମାୟୀ

ଫେରିଯାଅ ତୁମେ ମହାମାୟୀ

କେତେଟା ମହିଷା ନିପାତ କରିବ

ଦୁନିଆଁ ଭରିଛି ମହିଷାରେ ଆଜି

ଭଲ ଲୋକ ଗୋଟେ ଦିଶୁ ନାହିଁ।।


ଅଞ୍ଜନା, ସସ୍ମିତା ବେବିନା ମଲେଣି

କେତେ ଯେ ବେଦନା ସହି ସହି 

ସମ୍ଭାଳି ନପାରି ଅସହ୍ୟ ତାଡନା

ଚିର ନିଦ୍ରାରେ ସେ ଗଲେ ଶୋଇ

ଫେରି ଯାଅ ତୁମେ ମହାମାୟୀ।।


ଶୁମ୍ଭ ନିଶୁମ୍ଭ ବ୍ୟୁତ୍ପାତ କରନ୍ତି

ପାପ ଭାର ବଢେ ଘାଇଁ ଘାଇଁ

ମହିଷା ଅସୁର ସାଶନ ମୁଖ୍ୟ

କୁକିର୍ତ୍ତିକୁ ବାହୁ ଛାୟା ଦେଇ

ଫେରିଯାଅ ତୁମେ ମହାମାୟୀ।।


ନ୍ୟାୟର ଗାନ୍ଧାରୀ ମୁହେଁ ପଟି ଭିଡି

ଖଣ୍ଡା ନିକିତିକୁ ଚାହିଁ ଚାହିଁ

ନାଲି ଫିତା ତଳେ ନ୍ୟାୟାକୁ ଚପାଇ

ମଉନେ ଅଛି ନିଧକା ହୋଇ,

ଫେରିଯାଅ ତୁମେ ମହାମାୟୀ।।


ପାଷାଣ୍ଡ ହାତରେ ଟେକି ନ୍ୟାୟ ଦଣ୍ଡ

ସତ୍ୟ ଧର୍ମ ଚାଲେ ନଇଁ ନଇଁ

ଶୋଷଣ, ଧର୍ଷଣ ଅରାଜକ ବଢେ

ବଢେ ଭ୍ରଷ୍ଟାଚାର ସୀମା ଡେଇଁ

ଫେରିଯାଅ ତୁମେ ମହାମାୟୀ।।


ଅଚିହ୍ନା ଭୂତାଣୁ ଗ୍ରାସ କଲାବେଳେ

ଡାକୁଥାନ୍ତି ସର୍ବେ ତ୍ରାହି ତ୍ରାହି

ବିତର୍କ ବଳୟେ ନାସ୍ତିକେ କହନ୍ତି

ଧର୍ମ କର୍ମ କାଣ୍ଡ କିଛି ନାହିଁ

ଫେରିଯାଅ ତୁମେ ମହାମାୟୀ।।


ଅବଳା ଦୁର୍ବଳା ଜଗଜ୍ଜନନୀ ଗୋ

ମାତୃଜାତିକୁ ସମ୍ମାନ ନାହିଁ

କାହିଁକି ଆସୁଛ ଏ ଧରା ଧାମକୁ

ତୁମ ପାଇଁ ଏଠି ଜାଗା କାହିଁ?

ଫେରିଯାଅ ତୁମେ ମହାମାୟୀ

ଫେରିଯାଅ ତୁମେ ମହାମାୟୀ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational