ବୈମାନ ଦୁନିଆ
ବୈମାନ ଦୁନିଆ
ବୈମାନ ଦୁନିଆ
କିଛି କଥା ବୁଝେନା
ଲହ ଲହ ଜିହ୍ବା କାଢ଼ି
କହିଦିଏ ବେଇମାନ
ନିଷ୍ଠୁର କଥା
ବୁଝେନା କାହାରି
ଦୁଃଖ ଦରଦ
ଅନ୍ତର ବ୍ଯଥା
ସଦା ଦେଖାଏ
ସଭିଙ୍କୁ ଦର୍ପ ବଢିମା
ଦୁନିଆ କୁ ଡରି
ସଭିଏଁ ନୂଆଇଁ ଦିଅନ୍ତି
ମଥା
ସଦା ଲାଗିରହେ ଭୟ
ଇଚ୍ଛା ଥାଇ ବି
କରି ହୁଏନା କାର୍ଯ୍ୟ
ଭାଙ୍ଗି ଦିଏ ଧୈର୍ଯ୍ୟ ର ବନ୍ଧ
ଦୁନିଆ ଆଗେ ନଇଁପଡେ
ଆପେ ମଥା
ସବୁବେଳେ ମନକୁ ଆସେ
ଲୋକେ ବୋଲିବେ କଣ
ମୁଣ୍ଡ ପାତି ସହିବାକୁ ହୁଏ
ନିଜ ଅନ୍ତର ବେଦନା
କାହା ଆଗେ କହିହୁଏନା
ଏଇତ ବୈମାନ ଦୁନିଆ ର
ଯାତନା
ଆଉ ତାକୁ ବୁଝାଇ ହୃଏନା
ଘଟିଯାଉ ପଛେ
ଯେତେ ଘଟଣା ।