STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ପ୍ରେମ

ପ୍ରେମ

1 min
237


 

ପ୍ରେମ ସଦା ଶାଶ୍ବତ

ଚିରନ୍ତନ ଅଗରୁ 

 ଚନ୍ଦନ ସମ

ପବିତ୍ର ମନମହକ

ଦୁଇଟି ଆତ୍ମାର ମିଳନ

ପୂଣ୍ୟତୋୟା ଗଙ୍ଗାର

   ସ୍ଵରୂପ

ସୃଷ୍ଟିର ଏକହିଁ ସତ୍ଯ

ରୂପା ଜହ୍ନର ଝଲକ

ସ୍ମରଣ ମାତ୍ରକେ ଭରିଦିଏ

ଶରୀରେ ଉନ୍ମାଦନାର

    ପରଶ

ଆଲ୍ଲାଦରେ ଭରି ଉଠେ

   ପଲକ

ଭିଜା ଭିଜା ମାଟିର ସୁଗନ୍ଧ

କୋମଳ ପୁଷ୍ପ ପାଖୁଡାର

ମହକିତ ବାସମୟ ଅତର

ଫଗୁଣ ର ଅବିର ସଦୃଶ୍ୟ

କୃଷ୍ଣଚୂଡା ର ମନଲୋଭା

     ରଙ୍ଗ

ଶିହରାଇ ଦିଏ ତନୁମନ

ଏ ସଂସାରେ ସୃଷ୍ଟି କରାଏ   ଏକ ସ୍ବତନ୍ତ୍ର ଅଭିନ୍ନପରିବେଶ

  ଚତୁପାଶ୍ବ କରାଏ 

  ଅମୃତମୟ

ଆଙି ଦିଏ କଳ୍ପନାରେ

ଗୋଧୂଳୀର ଚିତ୍ର ପଟ୍ଟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational