ଗୋପନ କଥା
ଗୋପନ କଥା
ଗୋପନ କଥାକୁ ସପନ ନିଅଣ୍ଟ
ବଖାଣି ହୁଏନା କହାରି ଆଗେ
କହିଲେ ରହସ୍ୟ ତାର
ସଳିତାର ଶିଖା ପରି
ଜଳି ଜଳି ଯାଏ
ବାସି ପୁଷ୍ପର ପାଖୁଡା
ଭଲି ଝଡି ଝଡି ଯାଏ
ଜୀବନ ପ୍ରଦୀପର
ଛାୟା ତଳେ
ଅକୁହା କଥାକୁ ଗୋପନତା
ଗନ୍ତାଘରେ ରୁଦ୍ଧ କୋଠରୀ
ମଧ୍ୟରେ ଲୁକ୍କାୟିତ ହୋଇ
ରହିବା ଶ୍ରେୟସ୍କର
ମନେହୁଏ
ଲୁଚିରହିଲେ ଉଜ୍ଜ୍ୱଳ
ତାରକାସମ ମିଟି ମିଟି
ଆଲୁଅ ବୁଣେ
ସଭିଙ୍କ ମନରେ ଉତ୍ସାହ
ଉଦ୍ଦୀପନା ଭରିଯାଏ
ଅନିୟନ୍ତ୍ରିତ ମନ ସବୁବେଳେ
ଅସ୍ଥିର ହୋଇଉଠେ
ଜିଙ୍ଘାସ ମନରେ କଥାର
ଖିଅ ଖୋଜି ବୁଲେ