STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଗୋପନ କଥା

ଗୋପନ କଥା

1 min
209

ଗୋପନ କଥାକୁ ସପନ ନିଅଣ୍ଟ 

ବଖାଣି ହୁଏନା କହାରି ଆଗେ

କହିଲେ ରହସ୍ୟ ତାର

 ସଳିତାର ଶିଖା ପରି

 ଜଳି ଜଳି ଯାଏ


ବାସି ପୁଷ୍ପର ପାଖୁଡା

ଭଲି ଝଡି ଝଡି ଯାଏ

ଜୀବନ ପ୍ରଦୀପର

 ଛାୟା ତଳେ

ଅକୁହା କଥାକୁ ଗୋପନତା

ଗନ୍ତାଘରେ ରୁଦ୍ଧ କୋଠରୀ

ମଧ୍ୟରେ ଲୁକ୍କାୟିତ ହୋଇ

ରହିବା ଶ୍ରେୟସ୍କର 

  ମନେହୁଏ

ଲୁଚିରହିଲେ ଉଜ୍ଜ୍ୱଳ

ତାରକାସମ ମିଟି ମିଟି

 ଆଲୁଅ ବୁଣେ

ସଭିଙ୍କ ମନରେ ଉତ୍ସାହ

ଉଦ୍ଦୀପନା ଭରିଯାଏ

ଅନିୟନ୍ତ୍ରିତ ମନ ସବୁବେଳେ

 ଅସ୍ଥିର ହୋଇଉଠେ

ଜିଙ୍ଘାସ ମନରେ କଥାର

  ଖିଅ ଖୋଜି ବୁଲେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational