STORYMIRROR

jyotsna mayee panda

Inspirational

3  

jyotsna mayee panda

Inspirational

ଚେତନା

ଚେତନା

1 min
280

ଜୀବନ ଜଞ୍ଜାଳ କ୍ଲାନ୍ତ ପଥିକ 

ଜୀବନ କୁ କେତେ ପ୍ରଶ୍ନ ସେ ପଚାରେ ll

ସରଳ, ତରଳ, ଦୁର୍ଲଭ  ଜୀବନ ତାରେ 

ବଂଚିବା ରେ ଆଜି କାହିଁ  ସ୍ମୃହl ହାରେ ll

ଶାନ୍ତି ନାହିଁ  କାହିଁ ଅଶାନ୍ତି ର ଝଡ଼ 

ଆସୁଅଛି ମାଡ଼ି  ଦୁଃଖ ର ପାହାଡ଼ ll

ବନ୍ଧୁତ୍ୱ ହଜିଲା,  ହଜିଲା ମିତ୍ରତା 

ଚାରିଆଡେ  ଖାଲି ଶୂନ୍ୟତା ର ଭାଷା ll

ହିଂସା ର ଆନଲେ ଜଳିଲା ମଣିଷ 

ହୋଇବ ଯେ ଦିନେ ଏ  ଜୀବନ ଶେଷ ll

ସନ୍ଧାନ କରେ ସେ ମଂଗଲେ ଜୀବନ 

ପୃଥିବୀ ରେ ଆଜି ନାହିଁ କାହିଁ  ସ୍ଥାନ ll

ଜୟ କରେ ଆଜି ଗ୍ରହ ଉପଗ୍ରହ 

ଜିଇଁବା ପାଇଁ  କି ସ୍ମୃହl ନାହିଁ କାର ll

ସୁନ୍ଦର ମନ ଟେ  କାହୁଁ ସେ ଲଭିବ 

ହିଂସ୍ର ଆଜି ଏଠି  ସମସ୍ତ ମାନବ ll

ବିଜ୍ଞାନ ଯେ     ତାକୁ ଅଜ୍ଞlନ କରିଲା 

ସର୍ବ ଶକ୍ତିମାନ   ନିଜ କୁ ଭାବିଲା ll

ରଚିବା ପାଇଁ  ସେ ନୂତନ ପୃଥିବୀ 

ଭବେ ନିଜକୁ ସେ ଭଗବାନ  ଭାବେ ll

ହେଲେ ଏହା କେବେ  ସମ୍ଭବ କି  ହେବ 

ମାନବ  ଛାର   କି ଭଗବାନ  ହେବ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational