STORYMIRROR

premalata sahoo

Inspirational

3  

premalata sahoo

Inspirational

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
242


ଓଡ଼ିଆ ମୋ ଭାଷା ଓଡ଼ିଆ ପ୍ରଦେଶ

ଜନ୍ମ ମୋର ତା କୋଳରେ,

ଯେ ଦେଶେ ସାକ୍ଷାତ ବିଜେ ଜଗନ୍ନାଥ

ପ୍ରଣାମ ତାହାଙ୍କୁ ବାରେ।।

ଓଡ଼ିଆ ସଂସ୍କୃତି ତାର ପରମ୍ପରା

ଭାସ୍କର୍ଯ୍ୟ ର ଚାରୁ କଳା,

କୋଣାର୍କ ର ଚିତ୍ର ବାର ମାସ ଯାତ

କ୍ଷେତ ମୋ ସବୁଜ ମାଳା।।

ଓଡ଼ିଆ ମୋ ଜାତି ମୁଁ ଯେ ଓଡ଼ିଆ

ଓଡ଼ିଆ ବଢିଆ ଭାରି,

ଭାଇ ଚାରା ସ୍ନେହ ଜାବୁଡ଼ି ଧରନ୍ତି

କେହି ନୁହେଁ ତା ପରି।।

 ଓଡ଼ିଶା ପଖାଳ ଓଡ଼ିଆଣୀ ବୋହୂ

ଓଡ଼ିଆ ଘର ର ଝୋଟି,

ସକାଳ ସଂଜ ରେ ଠାକୁର ପୁଜନ୍ତି

ଲଗାନ୍ତି ଚଉରା ମାଟି।।

ଓଡ଼ିଆ ର ବନ୍ଧୁ ସେ ଯେ ଦୀନବନ୍ଧୁ

ମହାଲକ୍ଷ୍ମୀ ମାତା ଆମ,

ବାର ମାସେ ତେର ପରବ ପାଳନ୍ତି

ଅଧିକ ଖଟଣି କାମ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational