STORYMIRROR

premalata sahoo

Comedy

3  

premalata sahoo

Comedy

ଦେଇ ର ଦିଅର-୨

ଦେଇ ର ଦିଅର-୨

1 min
250


ଦେଈର ଦିଅର କାହିଁକି କେଜାଣି

କଣେଇ କଣେଇ ଚାହିଁ

ହସି ଦଉଥାଏ ଦେଖା ହେଲା ବେଳେ

ପାରୁ ନାହିଁ ଜାଣି ମୁହିଁ।।

ଭେଣେଇ ସାଙ୍ଗରେ କଥା ହେଲା ବେଳେ

ପାଖକୁ ମୋହରି ଆସି,

ଥଟ୍ଟା ଟାପରା ରେ ମତେ ସେ ଚିଡାଏ

ହଉ ଥାଏ ଘଷି ନେଶି।।

ଦେଈସାଙ୍ଗେ ଯେବେ ରୋଷେଇ ଶାଳ ରେ

ରୋଷେଇ ମୁଁ କରୁଥାଏ,

ପାଣି ବାହାନା ରେ ରୋଷେଇ ଘରେ ସେ 

ଆସି ଡିଆଁ ମାରୁ ଥାଏ।।

ଯୁଆଡ଼େ ଗଲେ ମୁଁ ପଛେ ପଛେ ମୋର

ଜୋକ ପରି ଲାଗି ଥାଏ

ବୋଧେ ସିଏ ମତେ ଭଲ ପାଏ ବୋଲି

ଆଖିରେ ଈଶାରା ଦିଏ।।

ହେଲେ ମୁଁ ସେମିତି କା ଝିଅ ନୁହେଁ

ଦେଈର ଦିଅର ପାଲେ ଫସି ଯିବି

ସିଏ ଯେମିତି ପ୍ରକାର ଚାହେଁ।।

ଭଲ ଯଦି ମତେ ପାଉ ଅଛି ସିଏ 

ସାମ୍ନା ରେ ଆସି କହୁ,

ଏଇ ଲଗ ନ ରେ ନେଇ ଯାଉ ମତେ

କରି ତା ଘର ର ବୋହୂ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy