STORYMIRROR

premalata sahoo

Tragedy

3  

premalata sahoo

Tragedy

କରେ କେତେ ଆତ୍ମ ବଡ଼େଇ

କରେ କେତେ ଆତ୍ମ ବଡ଼େଇ

1 min
216


ପିଣ୍ଡ ଛାଡ଼ି ଯେବେ ପ୍ରାଣ ଚାଲି ଯିବ

ଯିବି ମୁଁ ମଶାଣି ଭୂଇଁ,

ତଥାପି କାହିଁକି ଗର୍ବ,ଅହଙ୍କାର

ମୋ ମନେ ଭରିଛି ରହି।।

ମିଛ ଅଭିନୟ ଖେଳ ଖେଳିବାକୁ

ଆସିଛି ଏ ଜଗତକୁ,

ତଥାପି କାହିଁକି ମୋର ତୋର

ଘୃଣା କରେ ମୁଁ ଅନ୍ୟକୁ।।

କ୍ଷଣିକ ସମୟ ବିତି ଗଲା ପରେ

ଆତ୍ମା ଛାଡ଼ି ପ୍ରାଣ ପକ୍ଷୀ,

ଉଡ଼ି ଯିବ କେଉଁ ଅଜଣା ରାଇଜେ

ପାରେନା ସେ କଥା ଦେଖି।।

ତଥାପି କାହିଁକି କାଲି ପାଇଁ କେତେ

ଜିନିଷ ସଞ୍ଚୟ କରଇ,

ଆତ୍ମ ବଡ଼ିମାକୁ ଜାବୁଡି ଧରି କି

କରେ କେତେ ଆତ୍ମ ବଡ଼େଇ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy