କବିତା ଲେଖେ ମୁଁ ସବୁବେଳେ ବୋଲି
କବିତା ଲେଖେ ମୁଁ ସବୁବେଳେ ବୋଲି
କବିତା ଲେଖେ ମୁଁ ସବୁବେଳେ ବୋଲି
ବୋଉ ହୁଏ ଗେରେ ଗେରେ,
ବାପା ବି ବହୁତ ଗାଳି ଦେଇଥାନ୍ତି
ପାଟି କରନ୍ତି ଜୋରେ।।
ଭଉଣୀ ଭେଣେଇ ଫୋନ କରିକି
ମତେ କେତେ ବୁଝା ଅନ୍ତି,
ସାନ ଦି ଭଉଣୀ ସବୁବେଳେ ମୋତେ
ବାୟାଣୀ ବୋଲି ଡାକନ୍ତି।।
ଉପଦେଶ ମତେ ଦେଇଥାନ୍ତି କେତେ
ସାହି ପଡିଶାର ଲୋକ,
ଖିଆ ପିଆ କରି ମୋଟା ହ ଟିକେ
ବାହା ହବୁ ଏଥରକ।।
ବାହା ହେବୁ ଯଦି କାଲି କାଲି ତୁ
ଯିବୁ ତୁ କାହା ଘରକୁ,
କାମ ଦାମ ଟିକେ ଭଲକି ଶିଖିଥା
ଦରକାର ହେବ ଆଗକୁ।।
ଉଦଣ୍ଡୀ ଚଣ୍ଡୀ ପରି ବୁଲେ ନି ଆଉ
ୟା ଘର ତା ଘର ଯାଇ,
ଭୁଆସୁଣୀ ଝିଅ ପରିକା ରହ ତୁ
ପଡ଼ୁଚି ଉଠୁଛି ସାହି।।
