STORYMIRROR

premalata sahoo

Drama

3  

premalata sahoo

Drama

କବିତା ଲେଖେ ମୁଁ ସବୁବେଳେ ବୋଲି

କବିତା ଲେଖେ ମୁଁ ସବୁବେଳେ ବୋଲି

1 min
194


କବିତା ଲେଖେ ମୁଁ ସବୁବେଳେ ବୋଲି

ବୋଉ ହୁଏ ଗେରେ ଗେରେ,

ବାପା ବି ବହୁତ ଗାଳି ଦେଇଥାନ୍ତି

ପାଟି କରନ୍ତି ଜୋରେ।।

ଭଉଣୀ ଭେଣେଇ ଫୋନ କରିକି

ମତେ କେତେ ବୁଝା ଅନ୍ତି,

ସାନ ଦି ଭଉଣୀ ସବୁବେଳେ ମୋତେ

ବାୟାଣୀ ବୋଲି ଡାକନ୍ତି।।

ଉପଦେଶ ମତେ ଦେଇଥାନ୍ତି କେତେ

ସାହି ପଡିଶାର ଲୋକ,

ଖିଆ ପିଆ କରି ମୋଟା ହ ଟିକେ

ବାହା ହବୁ ଏଥରକ।।

ବାହା ହେବୁ ଯଦି କାଲି କାଲି ତୁ

ଯିବୁ ତୁ କାହା ଘରକୁ,

କାମ ଦାମ ଟିକେ ଭଲକି ଶିଖିଥା

ଦରକାର ହେବ ଆଗକୁ।।

ଉଦଣ୍ଡୀ ଚଣ୍ଡୀ ପରି ବୁଲେ ନି ଆଉ

ୟା ଘର ତା ଘର ଯାଇ,

ଭୁଆସୁଣୀ ଝିଅ ପରିକା ରହ ତୁ

ପଡ଼ୁଚି ଉଠୁଛି ସାହି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama