STORYMIRROR

Priyabrata Mohanty

Abstract Drama Tragedy

3  

Priyabrata Mohanty

Abstract Drama Tragedy

କାଳ କଲା କଳା

କାଳ କଲା କଳା

1 min
330

କୁଳ କୁସୁମର କିଛି କାରନାମା

କଜଳଠୁଁ କଳା-କଳା,

କୁନି-କୁନି କଥା କରୁଛି କଟାକ୍ଷ

କାନକୁ କରିଛି କାଲା ।।


କୁଆଁରୀ କନିଆଁ କପଟ କୌଶଳେ

କରିଛି କୁଶ୍ଚିତ କାଣ୍ଡ,

କାମନା କାନନେ କରୁଥିଲା କେଳି

କୁଳାହଳ କରେ କୁଂଜ ।।


କାଳର କୋଳରେ କରମ କରିଛି

କାଲିକୁ କଳଙ୍କିତ,

କେଜାଣି କେମିତି କାହାକୁ କହିବି

କିଏ କେତେ କଳୁଷିତ ।।


କୁଳଟା କନ୍ୟାର କାର୍ଯ୍ୟ କଳାପ

କରାଇଛି କ୍ରୋଧାନୀତ,

କଟୁରୀରେ କାଟି କବରରେ କୁଟି

କାଳ କୂଳେ କରାୟତ ।।


କଳଙ୍କର କଳା କପାଳ କିରୀଟ

କରାଇଛି କାରାଗାର

କଇଁ-କଇଁ କାନ୍ଦି କୋଠରୀରେ କହେ 

କେଶବ କରୁଣା କର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract