ଥରକୁ ଥର କ୍ଷମା ମଗାଇ
ଥରକୁ ଥର କ୍ଷମା ମଗାଇ
ଜନମ, ମରଣ କି କାହା ହାତରେ
ଯାହା ଖାଲି ମନକୁ ବୁଝାଏ
ସେ ହରି ନ ଚାହିଁଲେ କି ପତର ହଲେ
ମୁଁ କିନ୍ତୁ ପ୍ରତିଟି ସୁଖ, ଦୁଃଖରେ ତାକୁ ଖୋଜଇ
ଗପ ପରି ଗପେ ନିଇତି କଥା
ସେ ବସି ଶୁଣେ
କିଛି ନଦିଏ ଉତ୍ତର
ଖୋଳିଦିଏ ମୋର ଅନେକ ବ୍ୟଥା
ମରିଗଲେ ମୁହିଁ
ଶୁଖିଯାଆନ୍ତା ମୋ
ଏ ଜୀଵନ ଦୁଃଖ ନଈ
ବଞ୍ଚିଛି ବୋଲି ମୁଁ
ଦୁଃଖ ଆସୁଛି କ୍ରମରେ ସଜେଇ ହୋଇ
ଏ କପାଳେ ଖାଲି ଦୁଃଖ ଲେଖା
ମିଛେ ଖୋଜେ ସୁଖ ଭୂଇଁ
କପାଳେ ତ ନାହିଁ
କିଏ ମୋତେ ଦେବ
ସୁଖରୁ ମୋତେ ପୁଳାଇ
ମୁହିଁ ମୂଢ ଜନ
ଜାଣିଛ ହେ ପ୍ରଭୁ
ମୋ କଥା ଧରିବ ନାହିଁ
ହେ ଗୋସାଇଁ
ତୁମେ ଦୟାମୟ
ତମେ ତ ଜାଣିଛ
ମୋ ଠାରୁ ପାଗଳ ନାହିଁ
କ୍ଷମା କର ଏ ଅଧମକୁ ପ୍ରଭୁ
ହାତ ଯୋଡ଼େ ମୁହିଁ ପଦେ
ପାଗଳ ପରାୟ
ଲେଖିଦେଲି ପଦେ
ଥର କୁ ଥର କ୍ଷମା ମଗାଇ ।
