STORYMIRROR

Puspanjali Sahu

Abstract Drama Tragedy

3  

Puspanjali Sahu

Abstract Drama Tragedy

ଅଭିନୟ

ଅଭିନୟ

1 min
209

ମୁଁହରେ ରଙ୍ଗବୋଳି 

ମଞ୍ଚରେ ନିଜର ଚମତ୍କାର ପ୍ରଦର୍ଶନ କରି

ଦର୍ଶକ ନିକଟରୁ ତାଳି ଆଉ ଗାଳି ସାଉଁଟି

ନିଜ ଲୁହକୁ ଲୁଚେଇ ପାରୁଥିବା କଳାକାର ,

ଯେତେବେଳେ ରଙ୍ଗ ପୋଛି

ନିଜ ବାସ୍ତବତା‌କୁ ଫେରେ

ସେ ମଧ୍ୟ ଖୋଜିବୁଲେ କିଛି ବାସ୍ତବ ସ୍ନେହ ମମତାର ପରଶ ।

କିନ୍ତୁ ଏ ନିଷ୍ଠୁର ଭଦ୍ର ସମାଜ ଭାବେ

ଅଭିନୟର ନିଶା ବୋଧେ ଉତୁରି ନାହିଁ

ଏବେ ଯାଏଁ କଳାକାର ବାବୁଙ୍କର

ତେଣୁ ମିଛରେ କରୁଛି ପାଗଳର ପ୍ରଳାପ

ଆଉ କଳାକାର‌ଟି ଶେଷରେ ପାଲଟିଯାଏ ନୀଳକଣ୍ଠ

ପୁଣି ହସି ହସି ପିଇଚାଲେ ତା' ନିରସ ଜୀବନର ବିଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract