STORYMIRROR

Puspanjali Sahu

Abstract Romance Fantasy

3  

Puspanjali Sahu

Abstract Romance Fantasy

ଜହ୍ନର ଠିକଣା

ଜହ୍ନର ଠିକଣା

1 min
254

ତୁମେ ଆଉ ମୁଁ ମିଶି ଚାଲୁଥିବା ପାଖାପାଖି

ଜୀବନର ଅସରନ୍ତି ରାସ୍ତାରେ,

କେବେ ଯଦି ଥକି ଯିବା, ମୁଣ୍ଡ ରଖି ଶୋଇଯିବା

କିଛି କ୍ଷଣ ପରସ୍ପର ଛାତିରେ।

ଆକାଶକୁ ଚାହିଁ ଚାହିଁ ସ୍ବପ୍ନ ଆମେ ଦେଖୁଥିବା

ଜହ୍ନକୁ ତୋଳିବା ପାଇଁ ହାତରେ,

ପୁଣି କେବେ ହଜୁଥିବା ଦେଖି ସେଇ ଆକାଶକୁ

କଳା ବଉଦର ଅତଳ ଗର୍ଭରେ।

ସାଗର ତୀରରେ ବସି ଦିନରାତି ଗଣୁଥିବା

ନୀଳ ନୀଳ ସାଗରର ଲହରୀ ମାଳକୁ,

ପଡୁଥିବା ଉଠୁଥିବା ଝୁଣ୍ଟି ପୁଣି ଚାଲୁଥିବା

ସାଥି ହୋଇ ଜୀବନର ଅଜଣା ବାଟକୁ।

ଚାଲୁ ଚାଲୁ ସରିଗଲେ ଜୀବନର ବାଟ ସବୁ

ଫେରି କେବେ ଚାହିଁବାନି ପଛକୁ,

ସାଥି ହୋଇ ରହିଥିଲେ, ସାଥି ହୋଇ ଚାଲିଯିବା

ପ୍ରେମ ମୁକ୍ତା ବିଞ୍ଛିଦେଇ ଜହ୍ନକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract