STORYMIRROR

Puspanjali Sahu

Tragedy

3  

Puspanjali Sahu

Tragedy

ସ୍ଵାଭିମାନ

ସ୍ଵାଭିମାନ

1 min
186

ଥକି ଗଲିଣି ମୁଁ ତୁମକୁ ବୁଝେଇ ବୁଝେଇ

ଏବେ ଏମିତି ଲାଗୁଛି

ମୁଁ ସୂର୍ଯ୍ୟ ଆଗରେ ଦୀପଟିଏ ଜାଳୁଛି...।

ଜାଣିଛି ତୁମେ ଗୋଟେ ଅମାନିଆ ଝଡ଼

ତୁମକୁ ନିଜର କରିବା ଏତେ ସହଜ ନୁହେଁ

ତଥାପି ଚେଷ୍ଟା ଜାରି ରଖିଛି...।

ତୁମକୁ ପାଇ ଯିବାର ଆଶା ନେଇ

ପତଙ୍ଗଟିଏ ପରି

ଝଡ଼ ଭିତରେ ଉଡ଼ି ବୁଲୁଛି...।

ନିଜର ନିଜସ୍ଵ ଭୁଲି ଯାଇ

ତୁମ ଭିତରେ

ନିଜର ସତ୍ତା ଖୋଜୁଛି...।

ମୁଁ ଜାଣେ ତୁମେ ଖୁବ୍ ଅଭିମାନୀ

ହେଲେ ତୁମେ ବୋଧେ ଭୁଲି ଯାଇଛ

ସ୍ଵାଭିମାନ ତ ମୋର ବି ଟିକିଏ ଅଛି...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy