STORYMIRROR

Puspanjali Sahu

Drama

2  

Puspanjali Sahu

Drama

ଭଦ୍ରମୁଖା

ଭଦ୍ରମୁଖା

1 min
243

ଅଜବ ଦୁନିଆ ଗଜବ ମଣିଷ

ସବୁ ତ ଏଇଠି ମିଛ,

ମିଛେ ମିଛେ ଯୋଡ଼ି ଭାବ ପୀରତି

ବିଶ୍ୱାସେ ଦିଅନ୍ତି ବିଷ।

ସତ୍ୟ, ଧର୍ମ, ନ୍ୟାୟ କଥା ଯେ କହନ୍ତି

ସେ ପୁଣି କରନ୍ତି ପାପ,

ନିଜ ସ୍ବାର୍ଥ ପାଇଁ ଅନ୍ୟ ତଣ୍ଟି ଚିପି

କରନ୍ତି ନ୍ୟାୟ ନିଶାପ।

ଭୋକିଲା ମୁହଁରେ ନଦେଇକି ଦାନା

ମନ୍ଦିରେ କରନ୍ତି ଭୋଗ,

ଭୋଗ ଖାଇ ସାଥେ ଖଟୁଳି ନିଅନ୍ତି

ଦେବତା ସମ୍ପତ୍ତି ଭାଗ।

ରାମ ମୁଖା ପିନ୍ଧି ରାବଣ ବୁଲନ୍ତି

ଭଦର ମଣିଷ ସାଜି,

ମଉକା ଦେଖିକି ସବୁ ଲୁଟି ନେବେ

ହାତରେ ପଡ଼ିଲେ ବାଜି।

ମଣିଷ ତ ଆଜି ପଶୁ ଠାରୁ ହୀନ

ଲାଗେ ଭସ୍ମାସୁର ପରି,

ଯିଏ ବରଦେବ ତାକୁ ହିଁ ମାରିବ

ବରକୁ ପରୀକ୍ଷା କରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama