ସର୍ତ୍ତ
ସର୍ତ୍ତ


କଣ ହୁଅନ୍ତା
ଯଦି ମାଆ ତା ସନ୍ତାନକୁ
ସର୍ତ୍ତ ରଖି ମମତା ଦିଅନ୍ତା ?
କଣ ହୁଅନ୍ତା
ଯଦି ବାପ ତା ଛୁଆକୁ
ସର୍ତ୍ତ ରଖି ସ୍ନେହ କରନ୍ତା ?
କଣ ହୁଅନ୍ତା
ଯଦି ସୂର୍ଯ୍ୟ ଏ ଧରାକୁ
ସର୍ତ୍ତ ରଖି ଉତ୍ତାପ ଦିଅନ୍ତା ?
କଣ ହୁଅନ୍ତା
ଯଦି ବୃକ୍ଷଟିଏ ପକ୍ଷୀକୁ
ସର୍ତ୍ତ ରଖି ଆଶ୍ରା ଦିଅନ୍ତା ?
ମୁଁ ଭାବୁଛି
ହୁଏତ ଏତେ ସର୍ତ୍ତ ଭିତରେ
ସତ୍ୟର ଅସ୍ଥିତ୍ଵ ହିଁ ବନ୍ଧା ପଡି ଯାଇଥାନ୍ତା।