STORYMIRROR

Puspanjali Sahu

Abstract Drama Others

3  

Puspanjali Sahu

Abstract Drama Others

ନୀରବ ଝଡ଼

ନୀରବ ଝଡ଼

1 min
194

ଜୀବନ ହାଟରେ

ବୁଲିବୁଲି ଖୋଜିଖୋଜି

ବାଛିବାଛି କିଣିଥିଲି

ହାତକୁ ଦିପଟ ଶଙ୍ଖା,

ମଥାକୁ ଟୋପେ ସିନ୍ଦୂର,

ପାଦକୁ ଝୁଣ୍ଟିଆ ଆଉ 

ଗଳାକୁ ମଙ୍ଗଳସୂତ୍ର ।

କିନ୍ତୁ କେବେ ଭାବି ନଥିଲି

ହାତ ଶଙ୍ଖା ମୋର ହାତକଡ଼ି ହେବ

ମଥାର ସିନ୍ଦୂର ରକତ ସାଜିବ

ପାଦର ଝୁଣ୍ଟିଆ ପାଦକୁ କାଟିବ

ଆଉ ମଙ୍ଗଳସୂତ୍ରଟା ଶେଷରେ ଛିଡି ହଜିଯିବ...!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract