STORYMIRROR

Sukadev Mahanta

Abstract

3  

Sukadev Mahanta

Abstract

ଜୟ ମା ତାରିଣୀ

ଜୟ ମା ତାରିଣୀ

1 min
377

ତୁହି ଅଟୁ ଆମ ମାଆଲୋ

           ତୁହି ଆମରି ମାଆ

ସଙ୍କଟ ମୋଚନୀ ଅଭୟ ଦାୟିନୀ

         ଘଟଗାଁ ବାସିନୀ ମାଆ||

ଯିଏ ଯେତେବେଳେ ଯେଉଁଠୁ

        ତୋତେ ଭକତି ଭରେ

ଡାକିଲେ ମନାସି  ତାରିଣୀ ମାଆ ଲୋ

           ତାର ଦୁଃଖ କରୁ ଦୂରେ||

ତୁହି ଜଗତର ମାଆଲୋ

           ତୁହି ସବୁରି ସାହା

ଜଗତ ଯାକର  ବାରତା ତୋପାଖେ

            ସର୍ବ ଦୁଃଖ ହରୁ ଥାଆ||

ଜଗତ କଲ୍ୟାଣୀ ତୁହି ଲୋ

              ଆମ ତାରିଣୀ ମାଆ

ଖୋଲିଦେ ତୋ ଦ୍ବାର  ସେନେହ ଅପାର

              ବରଷି ଆଶିଷ ଧାରା ||

ତୁହି ଅଟୁ ଅନ୍ଧ ଲଉଡି

           ଆମ ତାରିଣୀ ମାଆ

ଦୁର୍ବଳର ବଳ    ବିପତ୍ତି କାଳର

             ସର୍ବଂସହା ତାରିଣୀ ମା' ||

ତୁହି ସଭିଙ୍କର ସାହାଲୋ

           ମନ୍ଦାର ମାଳିନୀ ମାଆ

ଅଭୟ ଦାୟିନୀ    ସଂକଟ ତାରିଣୀ

        ଘଟଗାଁ ତାରିଣୀ ମାଆ ||

ଡାକୁଛି ଆରତେ ତୋତେ ଲୋ

            ଆଶିଷ ଦାୟିନୀ ମାଆ

ଜଗତର ଦୁଃଖ   ଆଜି ଅପ୍ରମିତ

             ଘଣ୍ଟ ଘୋଡାଇ ରଖିଥା||


Rate this content
Log in

Similar oriya poem from Abstract