ଦୋଳ ଗୋବିନ୍ଦ
ଦୋଳ ଗୋବିନ୍ଦ
ଫୁଲେଇ ଫଗୁଣେ ସୁବାସିତ ରଙ୍ଗେ
ରାଈ ଦାମୋଦର ଅଙ୍ଗେ
ରଙ୍ଗ ଅବିରର ପିଚକାରୀ ଖେଳେ
ଯୁବ - ଯୁବା ଫଗୁ ଫିଙ୍ଗେ। [୧]
ଗହଳ ଚହଳ ମେଳଣ ମିଳନ
ବିରାଜେ ଦୋଳ ବିମାନ
ଚାରି କାନ୍ଧେ ବାନ୍ଧି ପଟୁଆର ଯାତ୍ରା
ଢୋଲ ଘଣ୍ଟ ଶଙ୍ଖ ଗାନ। [୨]
ପୁତନାର ବଧ ପ୍ରହ୍ଲାଦ ଜୀବିତ
କନ୍ଦର୍ପର କରି ମୃତ
ସ୍
ମର ସ୍ମୃତି ପାଇଁ ରାଧା କୃଷ୍ଣ ମେଳି
ଫଗୁଣ ପୂର୍ଣ୍ଣିମା ଯାତ। [୩]
ମୃଦ୍ୟୁ ପ୍ରବାହରେ ଆନନ୍ଦର ବର୍ଷା
ସଞ୍ଚାରି ଧରା ଧାମରେ
ଗ୍ରାମ୍ୟ ଦେବାଳୟେ ଅଗ୍ନି ପ୍ରଦକ୍ଷଣେ
ପାପ ଜାଳି ପୁଣ୍ୟ ଭରେ। [୪]
ଗୋପାଳ ବାଳକ ବାଡେଇ ଲଉଡି
ଭରଇ ମନେ ଆମୋଦ
ଗୋଷ୍ଠେ ଧେନୁଚାରୀ ନନ୍ଦର ନନ୍ଦନ
ଶୋଭିତ ଦୋଳ ଗୋବିନ୍ଦ। [୫]