STORYMIRROR

Santosh Kumar Nayak

Abstract Inspirational Others

3  

Santosh Kumar Nayak

Abstract Inspirational Others

ଆସ ଖେଳିବା ହୋଲି

ଆସ ଖେଳିବା ହୋଲି

1 min
197


ଆସ ଆସ ସାଙ୍ଗ ଖେଳିବା ହୋଲି

ଜାତି ଧରମର ଫରକ ଭୁଲି

ରଙ୍ଗବେରଙ୍ଗର ପ୍ରୀତି ଅବିରକୁ

ଗାଲରେ ଗାଲରେ ହୋଇବା ବୋଳି ।।


ଗୀତ ଗାଇଗାଇ ବାଜା ବଜେଇ

ରାଧାକୃଷ୍ଣ ଲୀଳା ମନେ ପକାଇ

ରଙ୍ଗ ପିଚକାରୀ ନାଲି ରଙ୍ଗ ଭରି

ଦେହ ଆଉ ମନ ଦେବା ଭିଜେଇ ।।


କଷି ଆମ୍ବ ପଣା ପିଇବା ବସି

ପିଲାଠାରୁ ବୁଢ଼ା ସଭିଏଁ ମିଶି

ସାହି ପଡ଼ିଶାରେ ମିଠେଇ ବାଣ୍ଟିବା

ତା ସାଥିରେ ଟିକେ ବାଣ୍ଟିବା ଖୁସି ।। 


ଆଖିରେ ଚଷମା ମୁଣ୍ଡରେ ଟୋପି

ସୁରକ୍ଷା ମନ୍ତର ମନରେ ଜପି

ହିତକାରୀ ରଙ୍ଗ ଖେଳିବା ସଙ୍ଗାତେ

ଛୁଇଁବାନି ଆନ ରଙ୍ଗ କଦାପି ।।


ଆସ ଆସ ସାଙ୍ଗ ଖେଳିବା ହୋଲି

ସେନେହ କରିବା ହୃଦୟ ଖୋଲି

ମୋହନ ମୁରାରୀ ଶରଣ ପଶିବା

ମଥାରେ ମାରିବା ଚରଣ ଧୂଳି ।।



Rate this content
Log in

Similar oriya poem from Abstract