ସକାଳ
ସକାଳ
ଅସ୍ତିତ୍ବ ମୋର ବାଲି ଘର
ଭୁଶୁଡ଼େ ଯେବେ, ପରିଚୟ
ମୋର ଅଜ୍ଞାତ ହୁଏ ମତେ
ଗଢିବା ଯେତିକି ସହଜ l
ଭାଙ୍ଗିବା ବି ସେତିକି
ଭଙ୍ଗା ଗଢ଼ା ଖେଳ ହୁଏ
ଜୀଵନ, ଫୁଲ ଆସେ
ଫଗୁଣ ଆସେ ଋତୁ ବଦଳେ l
ଜୀଵନ ଯମୁନା ବି ଉଛୁଳେ
ଉଛୁଳା ନଈ ଯେବେ ବନ୍ୟା
ହୁଏ ସଂଯମତା ର ଅଭାବରେ l
ନିୟନ୍ତ୍ରଣ ର ଅଧୀନ ହୁଏନି
ଅନିୟନ୍ତ୍ରିତ ଜୀବନଟା
ଜୀବନର ସବୁଜିମା
ସୁନେଲି ସକାଳଟା l