STORYMIRROR

Sukanti Mohanty

Abstract

3  

Sukanti Mohanty

Abstract

ପୀରତି ଚୋର

ପୀରତି ଚୋର

1 min
132


ନଟିଆ ନାଗର ସହିତ

ପ୍ରେମ କଲେ ଦୁଃଖ ଭୋଗୁ ଥିବ ତ 

ନଟିଆ ନାଗର ସହିତ।

ଦେଖା ହେଲା ବଡ଼ ଦେଉଳେ

    ବସିଥିଲା ଭକତ ମେଳେ

କହୁ ଥିଲା ଧିରେ କାନେ କାନେ ମୋରେ 

    ପାଖେ ପାଖେ ଲାଗି ବସି ଥାଅ ତ।

    ନଟିଆ ନାଗର ସହିତ।୧।

ମନେ ମୋର ଶଙ୍କା ଆସିଲା

    ଆଖି ଆଗେ ସବୁ ଭାସିଲା

ନୀପ ମୂଳ ଖେଳ ହୋଇଥିଲା କାଳ

    ଗୋପୀଏ ଝୁରିଲେ ହୋଇ ଆରତ ।

     ନଟିଆ ନାଗର ସହିତ।୨।

ହାତେ ଖଣ୍ଡେ ବଇଁଶୀ ଧରି

     ଡାକୁଥିଲା ଗୋପ ନାଗରୀ

ଆସ ପ୍ରିୟା ଆସ କେଳି କରିବାକୁ 

      ନୀପ ଡାଳେ ଅଛି ଅପେକ୍ଷା ରତ

      ନଟିଆ ନାଗର ସହିତ।୩।

ଛାଡ଼ି ଘର ଦ୍ଵାର ବନ୍ଧନ

     ଗୋପୀଏ ହେଲେ ଛନ୍ ଛନ୍

ନିନ୍ଦା ଅପବାଦ ଲଜିଆ ସରମ

     ଛାଡ଼ି ଧାଇଁ ଥିଲେ ତୁମ ପାଶ ତ

      ନଟିଆ ନାଗର ସହିତ।୪।

ଦଗା ଦେଲ ହେ ନୀଳମଣି

      ଗୋପୀଏ ହୋଇଲେ ବାୟାଣୀ

ଚାରିଦିନ କଣ୍ଟ ଦେଇ ଗଲ ନାଥ

      ଗୋପ ପୁରେ ଯାଇ ରହି ଗଲ ତ।

       ନଟିଆ ନାଗର ସହିତ ।୫।

ଦଗା ଦିଆ କଳା ଠାକୁର

       ଭାବ ପୀରତିରେ ସେ ଚୋର

ତା ସାଙ୍ଗରେ ଭାବ ଅତି ଅନୁଭବ

      ଅନୁଭବି ଏକା ଜାଣି ଥାଏ ତ

      ନଟିଆ ନାଗର ସହିତ ।୬।







Rate this content
Log in

Similar oriya poem from Abstract