STORYMIRROR

Puspanjali Sahu

Romance Fantasy Others

3  

Puspanjali Sahu

Romance Fantasy Others

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
234

ତୁମେ କାଲି ଯାଏଁ ମୋ ପାଇଁ ଥିଲ ଅଚିହ୍ନା

ହେଲେ କେବେ ଅଜାଣତରେ ପଶି ଆସି

ବସି ଗଲ ମୋ ମନ ମନ୍ଦିରରେ

ସେକଥା ମୁଁ ଜାଣେନା।

ଧୀରେ ଧୀରେ ସାଜିଲି ମୁଁ ତୁମ ପ୍ରେମ ପାଗଳିନୀ

ତୁମ ପ୍ରେମେ ଛନ୍ଦି ହୋଇ

 ମନେ ମନେ ତୋଳିଲି ମୁଁ 

ଅଦୃଶ୍ୟ ସେ ପ୍ରେମର ରାଗିଣୀ।

ମଧୁର ସେ ପ୍ରେମ ସୁରେ ତୁମେ ହେଲ ମତୁଆଲା

ମୁଁ ହେଇଗଲି ତୁମ ମନର ମାନସୀ

ଆଉ ଅଚିହ୍ନା ମଣିଷରୁ ହେଲି

ତୁମ ପ୍ରେମର ପ୍ରେୟସୀ ।

ହଁ...

ମୁଁ ତୁମର ସେ ଅଚିହ୍ନା ରୂପସୀ

ଯାହାକୁ ନେଇ ତୁମେ ସ୍ୱପ୍ନରେ ବି ଗଢିଚାଲ

ନିଜ ପ୍ରଣୟର ସୌଧ,

ଆଉ ଆଉ ବାରମ୍ବାର ନିଦ ଭୁଲ

ପାଇବାକୁ ଥରେ ଖାଲି

ଏ ଅଚିହ୍ନା ମଣିଷର ସାନିଧ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance