ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
ତୁମେ କାଲି ଯାଏଁ ମୋ ପାଇଁ ଥିଲ ଅଚିହ୍ନା
ହେଲେ କେବେ ଅଜାଣତରେ ପଶି ଆସି
ବସି ଗଲ ମୋ ମନ ମନ୍ଦିରରେ
ସେକଥା ମୁଁ ଜାଣେନା।
ଧୀରେ ଧୀରେ ସାଜିଲି ମୁଁ ତୁମ ପ୍ରେମ ପାଗଳିନୀ
ତୁମ ପ୍ରେମେ ଛନ୍ଦି ହୋଇ
ମନେ ମନେ ତୋଳିଲି ମୁଁ
ଅଦୃଶ୍ୟ ସେ ପ୍ରେମର ରାଗିଣୀ।
ମଧୁର ସେ ପ୍ରେମ ସୁରେ ତୁମେ ହେଲ ମତୁଆଲା
ମୁଁ ହେଇଗଲି ତୁମ ମନର ମାନସୀ
ଆଉ ଅଚିହ୍ନା ମଣିଷରୁ ହେଲି
ତୁମ ପ୍ରେମର ପ୍ରେୟସୀ ।
ହଁ...
ମୁଁ ତୁମର ସେ ଅଚିହ୍ନା ରୂପସୀ
ଯାହାକୁ ନେଇ ତୁମେ ସ୍ୱପ୍ନରେ ବି ଗଢିଚାଲ
ନିଜ ପ୍ରଣୟର ସୌଧ,
ଆଉ ବାରମ୍ବାର ନିଦ ଭୁଲ
ପାଇବାକୁ ଥରେ ଖାଲି
ଏ ଅଚିହ୍ନା ମଣିଷର ସାନିଧ୍ୟ ।