STORYMIRROR

Puspanjali Sahu

Tragedy Children

3  

Puspanjali Sahu

Tragedy Children

ଜରି ଗୋଟାଳି

ଜରି ଗୋଟାଳି

1 min
199

ନିଛାଟିଆ ଗଳିର

ଆବଡା ଖାବଡା ସଡ଼କ ଉପରେ

ଅଳିଆ ଗଦାକୁ ଘାଣ୍ଟି ଘାଣ୍ଟି,

ବୁଲୁଥିଲେ ଦୁଇ ଭାଇଭଉଣୀ

ହାତରେ ଥିଲା ମଇଳା ଅସନା ବସ୍ତା ଖଣ୍ଡେ

ଦେହରେ ଚିରା ଫଟା ପୋଷାକ

ଆଉ ମୁଣ୍ଡରେ ନୁଖୁରା ଚୁଟି ।

ଆଖିରେ ଆଖିଏ ସପନ 

କିଛି ଖୋଜି ପାଇଯିବାର ଲୋଭ

ହେଲେ ପାଖକୁ ଯାଇ ବୁଝିଲି

ସପନ ତାଙ୍କର ମୁଠେ ଭାତର

ଆଉ ଲୋଭ ଖଣ୍ଡେ ପ୍ଲାଷ୍ଟିକ ଜରି ଆଉ ବୋତଲ‌ର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy