Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Sahu

Tragedy Children

3  

Puspanjali Sahu

Tragedy Children

ଜରି ଗୋଟାଳି

ଜରି ଗୋଟାଳି

1 min
197


ନିଛାଟିଆ ଗଳିର

ଆବଡା ଖାବଡା ସଡ଼କ ଉପରେ

ଅଳିଆ ଗଦାକୁ ଘାଣ୍ଟି ଘାଣ୍ଟି,

ବୁଲୁଥିଲେ ଦୁଇ ଭାଇଭଉଣୀ

ହାତରେ ଥିଲା ମଇଳା ଅସନା ବସ୍ତା ଖଣ୍ଡେ

ଦେହରେ ଚିରା ଫଟା ପୋଷାକ

ଆଉ ମୁଣ୍ଡରେ ନୁଖୁରା ଚୁଟି ।

ଆଖିରେ ଆଖିଏ ସପନ 

କିଛି ଖୋଜି ପାଇଯିବାର ଲୋଭ

ହେଲେ ପାଖକୁ ଯାଇ ବୁଝିଲି

ସପନ ତାଙ୍କର ମୁଠେ ଭାତର

ଆଉ ଲୋଭ ଖଣ୍ଡେ ପ୍ଲାଷ୍ଟିକ ଜରି ଆଉ ବୋତଲ‌ର। 



Rate this content
Log in

Similar oriya poem from Tragedy