ମାଆ ଓ ମମତା
ମାଆ ଓ ମମତା
ମାଆ ର ମମତାରେ ନଥାଏ ଅନ୍ତର ପାନ୍ତର
ହୃଦୟଟା ତାର ସ୍ନେହ ମମତାର ଗନ୍ଥାଘର
କାହାକୁ କରେ ନାହିଁ ଅନାଦାର
ସମସ୍ତଙ୍କୁ କରେ ସେ ଆପଣାର
ମାଆର ମମତା ଅମୃତ ସମାନ
ଭୁଲି ପାରେ ନାହିଁ କେବେ କେହି
ତାର ଅମୂଲ୍ୟ ମମତା ପାଶେ
ସମକକ୍ଷ ନୁହେଁ କେହି
ଯେତେ ଦୁଃଖ ଥିଲେ ଜୀବନେ
ନିମିଷକେ ଦିଏ ଧୋଇ
ସମାଜର ଆଜି ପ୍ରତିଟି ଘରେ
ମାଆ ହେଉଛି ନିଷ୍ପେସିତା
ବୁଝେ ନାହିଁ କେହି ତାର ମହନିୟତା
ଋୁଣ କେହି ସୁଝିପାରିବେ ନାହିଁ ତା ମମତାର ମହାନତା
ଆମ ମାଆ ଆମ ଜଗତରେ ବଡ
ଆମ ପାଇଁ ସିଏ ଜଳୁଥାଏ ନିତ୍ୟ ନିତ୍ୟ
ତାଙ୍କୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ
ତା ମମତାରେ ଥାଏ ସୁଖ ଶାନ୍ତିର ଆଦର
ତା ବିନା ଲାଗେ ସବୁ ଅସାର
ମାଆ ପାଖେ ପାଖେ ଥାଏ ଯେବେ
ହାରେ ନାହିଁ ତାର ସନ୍ତାନ କେବେ
ମୋ ମାଆ ପରି ମାଆ ଜୀବନରେ ଆଉ ପାଇବି ନାହିଁ
ମୋ ପାଇଁ ସିଏ ଦେବୀ ଠାରୁ ବଡ
ମୋର ପ୍ରତିଟି ଅଙ୍ଗରେ ତାକୁ ପାଏ ମୁହିଁ
ମୋ ଜୀବନ ଥିବାଯାଏ
ମୋ ମାଆକୁ ଭୁଲୁବି ନୀହିଁ ।
