ଗୃହଲକ୍ଷ୍ମୀ
ଗୃହଲକ୍ଷ୍ମୀ
ମଥାରେ ଦେଲ ସିନ୍ଦୁର
କଲ ମୋତେ ତୁମେ ନିଜର
ଦେଲ ମୋତେ ତୁମେ ଗୃହଲକ୍ଷ୍ମୀର ଅଧିକାର ।
ଗୃହଲକ୍ଷ୍ମୀ ସାଜି କର୍ମ କରିଗଲି
ଶାଶୁ ଶ୍ବଶୁରଙ୍କର ସେବା ଯତ୍ନ କଲି
ନଣନ୍ଦ ଦିଅରକୁ ସ୍ନେହ ମୁଁ ଦେଲି
ତୁମ ଦୁଃଖେ ସୁଖେ ଭାଗି ମୁଁ ହେଲି
ଜୀବନକୁ ମୋର ସାର୍ଥକ କଲି
ତୁମ ଘରକୁ ମୁ ନିଜର କଲି
ମୋ ଜନମ ସ୍ଥାନକୁ ପର ମୁଁ କଲି ।
