STORYMIRROR

Sasmaya Behera

Tragedy

3  

Sasmaya Behera

Tragedy

ଅକୁହା କଥା

ଅକୁହା କଥା

1 min
154

ହୃଦୟରେ ସାଇତିଛି ଅକୁହା କଥା

ମନଟା ଲାଗୁଛି ଭାରି ବ୍ୟଥା

   ବୋଉ ତୁ ଗଲା ପରେ

ହୋଇଯାଇଛି ମାତୃହରା

  ଆଖି ଖୋଜୁଛି ତୋତେ ପରା

କହିବାକୁ ଗୁଡାଏ ଅକୁହା କଥା

   କେମିତି କହିବି ତୋ ଆଗେ ବଖାଣି

ତୁ ତ ନେଇଯାଇଛୁ ମୋ ଠାରୁ ମେଲାଣି

  ରହିଯାଆ ଆଉ କିଛି ଘଡି

ଶୁଣିବୁ ହୃଦୟର ବୁକୁ ଫଟା ଅକୁହା କାହାଣୀ

ଶୁଣିଲେ ଯିବୁନି କେବେ ମୋତେ ଛାଡି

    ତୁ ଗଲା ପରେ

ସବୁ କିଛି ପାଲଟି ଯାଇଛି ସ୍ଥାଣୁ

 ଶରୀରରେ ନାହିଁ ପ୍ରାଣ

ଚଲାପଥ ହୋଇଯାଇଛି କ୍ଷୀଣ

    ସମସ୍ତଙ୍କ ମମତା ଲାଗେ ଅଭିନୟ

ହୃଦୟ ସାଉଁଟେ ହେବା ପାଇଁ ଥୟ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy