STORYMIRROR

Sasmaya Behera

Fantasy Inspirational

3  

Sasmaya Behera

Fantasy Inspirational

ଗୃହ ଲକ୍ଷ୍ମୀ

ଗୃହ ଲକ୍ଷ୍ମୀ

1 min
137

ପ୍ରତ୍ୟେକ ନାରୀ ଘରର ଲକ୍ଷ୍ମୀ ଅଟନ୍ତି

ଯେଉଁ ଘରେ ଥାଏ ନାରୀକୁ ସମ୍ମାନ ଆଦର

ସେ ଘର ହୋଇଥାଏ ବୈକୁଣ୍ଠ ପୁର ।

ଦୁଃଖ ସହି ଯିଏ ସୁଖ ବାଣ୍ଟିଥାଏ

ତାଠାରେ ସହନଶୀଳତା ଅଧିକ ଥାଏ

ସେ ହିଁ ଗୃହଲକ୍ଷ୍ମୀ ହୋଇଥାଏ ।

ନିଜେ ଭୋକରେ ରହି ଅନ୍ୟକୁ ଖୁଆଏ

କଷ୍ଟକୁ ଚାପି ରଖି ମୁହଁରେ ହସ ଫୁଟାଏ 

ସେ ହିଁ ଗୃହଲକ୍ଷ୍ମୀ ହୋଇଥାଏ ।

ଯେତେ ହୁଏ ପଛେ ଯନ୍ତ୍ରଣା

କର୍ତ୍ତବ୍ୟରେ କରେନାହିଁ ଉଣା

ଯିଏ ପରିବାରର ଶୁଭମନାସୀ

ଠାକୁରଙ୍କ ପାଖେ କରେ ପୂଜା ବ୍ରତ ଉପବାସ

ସେ ହିଁ ଗୃହଲକ୍ଷ୍ମୀ ହୋଇଥାଏ ।

ପର ବୋଲି କାହାକୁ ଭାବେ ନାହି ମନେ

ସମସ୍ତଙ୍କୁ ଆଦର ସ୍ନେହରେ ବାନ୍ଧେ ଯତନେ

ସେ ହିଁ ଗୃହ ଲକ୍ଷ୍ମୀ ହୋଇଥାଏ ।

ଆଖିର ଲୁହ କୁ ହୃଦୟର କୋହକୁ ଚାପି ରଖି ଯିଏ

ସମସ୍ତଙ୍କୁ ସୁଖର ଅମୃତ ଦିଏ 

ସେ ହିଁ ଗୃହ ଲକ୍ଷ୍ମୀ ହୋଇଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy