ଜୀବନର ନକାବ
ଜୀବନର ନକାବ
ଦିନ ଥିଲା, ଥିଲା ମୋର ପତଳା ଶରୀର
କେବଳ ପତଳା ନୁହେଁ, ଥିଲା ବେଶ୍ ଭଲ
ଶରୀର ସହ ମନ ମଧ୍ଯ ରହୁଥିଲା ପ୍ରଫୁଲ୍ଲ
ଦୁଃଖ, ସୁଖ ଭାବ ନେଇ ବିତୁଥିଲା ଜୀବନ ।
ଜାଣି ହେଉ ନ'ଥିଲା ଭଲମନ୍ଦର ପାର୍ଥକ୍ଯ
ବୁଝି ହେଉ ନ'ଥିଲା ଏ ଜୀବନର ତାତ୍ପର୍ଯ୍ୟ
ଦାୟିତ୍ବରେ ବାନ୍ଧି ହୋଇ କଟୁଥିଲା ସମୟ
ଭାବିବାକୁ ଧୈର୍ଯ୍ୟର ହେଉନ'ଥାଏ ବିନିମୟ ।
ଧୀରେ ଧୀରେ ଚାଲୁ ଚାଲୁ ଆଜି ଦେଖେ ଯେବେ ନିଜକୁ
ପତଳାରୁ ମୋଟାର ପରିଚୟ ଦିଏ ନିଜକୁ
ମନର ଗନ୍ତାଘରେ କେତେ ସପନ ମୁଁ ସାଜିଛି
ତଥାପି ଏ ଜୀବନଟି ଲାଗେ ସତରେ ପ୍ରଶ୍ନବଚୀ ।
ଆଜି ଯେବେ ଦେଖେ ଏହି ଓସାରିଆ ଶରୀର
ମରି ଯାଏ ମନ ମୋର, ଭାବ ହୁଏ ବିଭିନ୍ନ
ମିଛ ନକାବରେ ପୁଣି ପଂସି ଯାଇଛି ଏ ହୃଦୟ
ରାଗ, ଦୁଃଖ, ହସ ସହ ବିତୁଅଛି ଜୀବନ ।