STORYMIRROR

Paramita Sarangi

Tragedy Action

4  

Paramita Sarangi

Tragedy Action

ମୁଁ

ମୁଁ

1 min
218


ତୁମକୁ ରାଜୁତି କରିବାକୁ

ଦେଇଥିଲି ମୁଁ

ମାନୁଥିଲି ତୁମ ହୁକୁମ

ତୁମ ଛାୟା ତଳେ

ଜାକିଜୁକି ଥିଲା ମୋ ସମ୍ମାନ


ନରନାରୀଙ୍କର ପ୍ରେମ, ଗୋଟେ ଯୁଦ୍ଧ

ଆଦର୍ଶର , ଭ୍ରମର , କଳ୍ପନାର, ବିଳାସର

ଦୁର୍ବଳକୁ ନଷ୍ଟହୋଇ ଯିବାକୁ ପଡେ

ଜିତି ଯାଏ ବଳବାନ

ବୁଦ୍ଧି ପ୍ରବଳ ହୋଇ ଯାଏ

ଇଛାଶକ୍ତି ସହ


ସ୍ବାମୀ ଓ ପିତାର କର୍ତ୍ତବ୍ୟ

ତାପରେ........

ପୁରୁଷର ଆଉ କାମ କ'ଣ?


ସବୁ କବାଟ ବନ୍ଦ କରିଦେଲି

ଏପଟୁ ସେପଟ

ତୁମ ପାଦ ଶବ୍ଦ

ତୁମ ହିଂସା ପ୍ରକୃତି

ରୋକିବାକୁ ତ ହେବ


କେତେ ଥର ଚେଷ୍ଟା କରିଛି

ନୂଆ କରି କଅଁଳି ବାକୁ

ହେଲେ କୁରାଢି ଧରି କାଟି ଦେଉଚ

ଜଡକୁ ମୋର


ଶୁଖିଗଲିଣି ମୁଁ.....ମୋ ଅସ୍ଥିତ୍ଵ

ହଲି ଗଲାଣି ମୋ ମୂଳଦୁଆ

ଶୁଖିଲା ମରୁଭୂମି .... ମୋ ଜୀବନ

ହେଲେ ,ପଛ ପଟୁ ଉଙ୍କି ମାରୁଛି

ଗୋଟେ ଛାୟା.....

ମୋ ସମ୍ମାନର


ଅହଲ୍ୟା ମୁଁ, ସୀତା ମୁଁ, ଦ୍ରୌପଦୀ ବି ମୁଁ

ଉତ୍ୟକ୍ତ କରନା ମୋତେ

ନୋଚେତ

ହଜିଯିବ ତୁମେ, ତୁମ ଅସ୍ଥିତ୍ଵ

ଆଉ ଠିକ୍ ସେତେବେଳେ

କଡ ଲେଉଟାଉ ଥିବ

ଅନ୍ୟ ଏକ ଯୁଗ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy