ମୋ ଭାରତ
ମୋ ଭାରତ


ତୁ ନେବୁ.... ନେଇ ଯା...
କେତେ ଥର ମୁଣ୍ଡକୁ ମୋ'ର
ମୁଁ ତ ଶହୀଦ ହେବା ପାଇଁ
ଆସୁଥିବି ବାରମ୍ବାର,
ଗୁଳି ଖାଇଲି ଛାତିରେ
ନଅ ମାସର ଗର୍ଭବତୀ ସ୍ତ୍ରୀ ମୋର
ନା ମୋର ଦୁଃଖ ଥିଲା
ନା ସେ ଲୁହ ଝରାଇ ଥିଲା
ଗର୍ଭର ପୁଅ ମୋର ସଲାମ
ମୁଦ୍ରା ରେ ପହଁରୁ ଥିଲା ।
କାଲି ସେ ବାପ
ତା ପୁଅକୁ କାନ୍ଧରେ ନେଲା
ଆଖି ତ ଲୁହରେ ଭରା ଥିଲା
ହେଲେ ଛାତିଟା
ଛପନ ଇଞ୍ଚର ଚଉଡ଼ା ଥିଲା।
ଏ ଖାଲି ଏକ ଭୂମି ନୁହେଁ
ଗାନ୍ଧୀଙ୍କ ମଞ୍ଚ ଏ ଦୁର୍ବଳ ନୁହେଁ
ଏ ମଞ୍ଚକୁ ରଙ୍ଗାଇଛି
ସୁଭାଷଙ୍କ ରକ୍ତ
ମା କହିଥିଲା"ରଖିବୁ ଭାରତର ଟେକ"
ତାବିଜ, ଲକେଟ୍,ମୌଲୀ
ଲଢିବାରେ ସାହାରା ହେଲା
ମା' ର ଆର୍ଶୀବାଦ ବି
କୋଉ କମ୍ ଥିଲା।
ଏବେ ଶୁଣ ସୀମା ସେପାରିରୁ
ବନ୍ଧୁ ର ବନ୍ଧୁକ ମୁଁ
ଭଉଣୀ ର ଵାରୁଦ ମୁଁ
ଧ୍ୱଜ ର ତିନି ରଙ୍ଗ ମୁଁ
ଗଙ୍ଗା ର ପବିତ୍ରତା ମୁଁ
ଚାଲିଛି ସତସିଂହର
ମହାନାଦ ନେଇ
ଆଉ
ତୁ ନେବୁ.... ନେଇ ଯା
ମୁଣ୍ଡକୁ ମୋ'ର
ମୁଁ ଲଢ଼ୁଛି....ଲଢୁଥିବି ବାରମ୍ବାର।