STORYMIRROR

Paramita Sarangi

Tragedy Others

4  

Paramita Sarangi

Tragedy Others

" କାଳିଆ ରେ କପଟ ଛାଡେ"

" କାଳିଆ ରେ କପଟ ଛାଡେ"

1 min
109

ମନ୍ଦିର ରେ ରହି ଯାହା 

ଳୀଳା କରୁଥିଲୁ

ସେତିକି କଣ ଯଥେଷ୍ଟ ନ

ଥିଲା କି

ଆଜି ବଡ଼ଦାଣ୍ଡ ଶୂନ୍ୟ କରିଦେଲୁ

କରୋନା ଭୟ ରେ

ତୋ ଦର୍ଶନେ ଫାଟ ପଡ଼ିଗଲା

ତୋ ବଙ୍କା ଅଧରରେ 

ମନଲୋଭା ହସ

ଅଧା ଗଢା ହାତ ରେ ଧରି ନେଇଛୁ

ସବୁରି ବିଶ୍ଵାସ

ଷୋଳକଳା ରେ ପରିପୂର୍ଣ ତୁ

କହୁ ସବୁ ପାପ ଧୋଇ ଦେବୁ

ପୁଣି

ଏବେ କାହିଁକି ଦୂରେଇ ଦେଲୁ?


ଏବେ କହ,"କେମିତି ଅଛୁ?"

କରୋନା ଭୟରେ ମୁଁ ଯେମିତି ଅଛି ଠିକ୍ ସେମିତି

ତୁ ତ ଅଚଳ ମହାମେରୁ

ତୋ ସିଂହାସନ କୁ ସିନା କେହି

ଛୁଇଁ ପାରିବେନି

ହେଲେ ତୋ ଦାଣ୍ଡ ଶୂନ୍ୟ ରହିଲେ

କେମିତି ବାଜିବ ଘଣ୍ଟଘଣ୍ଟା କାହାଳୀ

କେମିତି ହେବ ବାଇଶି ପାହାଚେ

ଗହଳି


ସହରଟା ଆଜି ଶୋଇ ଗଲାଣି

ହେଲେ ଉଚ୍ଚାଟ ମନ

ଆଉ କେତେ ଦାରୁ ହୋଇ ବସିବୁ

ତୁ ତ ଭାବରେ ବନ୍ଧା

ମୋ ଭାଵରୁ ଅଲଗା ହେବୁ କିପରି?

ଏବେ ଉଠୁ କଳା ଠାକୁର

ଶୁଣ ମୋ ଗୁହାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy