Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Paramita Sarangi

Romance

4.5  

Paramita Sarangi

Romance

ବର୍ଷା

ବର୍ଷା

1 min
60


ଶୀର୍ଷକ" ବର୍ଷା"

ଝରକା ଟାକୁ ଖୋଲି ଦେଲି

ଭିତରକୁ ପଶି ଆସିଲ ତୁମେ

କିସ୍ତି ରେ ଛୁଇଁ ଗଲ ମୋତେ

ଭିଜୁଥିଲା ମୋ ଆଞୁଳା ର ଆକାଶ


ଝରକା ସେପଟେ 

ତୁମେ ଦେଖାଉ ଥିଲ

ତାରରେ ଝୁଲୁଥିବା 

କେତେ ଗୁଡିଏ ବିନ୍ଦୁ ଙ୍କୁ

ଖସି ପଡୁଥିଲେ ଜଣେ

ଆର ଜଣଙ୍କୁ ଛୁଇଁ ବାକୁ


ତୁମେ ତ ସମୁଦ୍ର ରେ

ଦେଖା ହେବ କହି ନେଇଗଲ

ମୋ ପିଲାଦିନ ର 

କାଗଜ ର ଡଙ୍ଗା ଗୁଡିକୁ

ରହି ଗଲି ମୁଁ 

ଅଧାଗଢ଼ା ସ୍ଵପ୍ନ ସହିତ

ଖୋଜୁଥିଲି ,ସେ ରାତି ର 

କାହାଣୀ ରେ ଓଦା ହୋଇ ଯାଇଥିବା ଶବ୍ଦ ଗୁଡିକୁ


ନିଃସର୍ତ୍ତ ପ୍ରେମ ମୋର

ନିର୍ବିକାର ତୁମେ

ଚାହଁ ତ , ପରୀକ୍ଷା ନିଅ

ଏ ରାତି ର

ନାହିଁ ଏଠି ପ୍ରତାରଣା

ନା କିଛି ସ୍ବପ୍ନ

ଖାଲି ଅଛି ଗୋଟେ କାହାଣୀ

ପ୍ରତୀକ୍ଷା ର


Rate this content
Log in

Similar oriya poem from Romance