STORYMIRROR

Paramita Sarangi

Tragedy

4  

Paramita Sarangi

Tragedy

ଦର୍ପଣ ଓ ମୁଁ

ଦର୍ପଣ ଓ ମୁଁ

1 min
40

ସବୁ ବେଳେ ମୋ ଶବ୍ଦକୁ ସନ୍ଦେହ କଲ

ମୋ କଥା ଗନ୍ଧ ହେଉଥିଲା ତୁମକୁ

ମୁଁ ଗଙ୍ଗାଜରେ ମୁହଁ ଧୋଇଲି

ସଫା କଲି ଶବ୍ଦ ଗୁଡିକୁ

ତଥାପି ମାନିଲନି ତୁମେ

କହିଲ ଏଇଟା ଶେଷ ଦେଖା

ଆଉ କେବେ ଦେଖା ହେବନି ଭାବି 

ମୁଁ ଘରୁ ବାହାରିଲି

ତୁମ ସନ୍ଦେହକୁ ପର୍ସରେ ରଖି


ମୋ ସମନାରେ ତୁମେ ବସିଥିଲ


ଭଉଁରି ପରି ପହଁରୁଥିବା ତୁମ ଦୃଷ୍ଟି

ଯେମିତି କହୁଥିଲା " ଗଙ୍ଗାଜଳ ବି ତ ମଇଳା"

ମୁଁ କିଛି କହିବାକୁ ଚାହୁଁଥିଲି

କିଛି ଲେଖିବାକୁ ବି ଚାହୁଁଥିଲି

ଗୋଟିଏ କବିତାରେ

ହେଲେ କେଉଁ ଶବ୍ଦ ମାନଙ୍କ ସାହାଯ୍ୟରେ

ଆହାଃ,ଶବ୍ଦ କିଛି ଉଧାରରେ ମିଳନ୍ତା କି


ଭାବୁଛି ଭୁଲିବି ଏବେଠୁ

ତୁମ କଥା,ତୁମ ହସ, ସ୍ପର୍ଶକୁ

କେତୋଟି ବ୍ୟର୍ଥତାର ରାତିକୁ

ପବିତ୍ର ହେବା ପାଇଁ ଗଙ୍ଗାଜଳର ବା

ଆବଶ୍ୟକତା କଣ?


ଦର୍ପଣ ସାମନାରେ ଠିଆ ହେଲି

ଦୃଷ୍ଟି ଆଢୁଆଳରେ 

ଖୋଜୁଥିଲି ଅସ୍ତିତ୍ବକୁ ମୋର

ମୋ ପାଖରେ ତୁମେ ତ ନ ଥିଲ

ଦର୍ପଣ ଭିତରେ ମୁଁ ବା କୋଉ ଥିଲି ଯେ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy