STORYMIRROR

Paramita Sarangi

Romance

3  

Paramita Sarangi

Romance

"ଚାଲ କିଛି ଆଙ୍କିବା"

"ଚାଲ କିଛି ଆଙ୍କିବା"

1 min
229


ଜୀବନ ଟା ଜୀବନ କୁ ଡାକୁଥିଲା

ମୋ ଖାଲିପଣ ଭିତରେ

ନିଦକୁ ମୋର 

ରାତିଟା ଅଳ୍ପ ଅଳ୍ପ କରି

ଚୋରେଇ ଚାଲିଥିଲା


ତୁମ ଭିତରେ ବ୍ୟାପ୍ତ 

ରହିବାର ଇଛା ଟା

ଯାହା ଦେଖା ଯାଉ ନ ଥିଲା

ଯାହା ଶୁଣା ଯାଉ ନ ଥିଲା

ମୋ ଏକୁଟିଆ ପଣ ଭିତରେ

ଗୋଟେ ବିକଳ ସ୍ବର

ଆକାଶ କୁ ଖଣ୍ଡ ଖଣ୍ଡ କରି

ତରଳାଇ ଚାଲିଥିଲା


ଆତ୍ମା ର ଉପତ୍ୟକାରେ

ନଦୀ ଟେ ବହିବାକୁ ଉଚ୍ଛନ

କେତେ ବର୍ଷ ତଳୁ ନିଜ ଭିତରେ

ଉଚ୍ଚାରିତ ଶବ୍ଦଟି କୁ ନ ଶୁଣି ପାରିବାର ଅପାରଗତା ମୋର

ଅନିର୍ଦ୍ଦିଷ୍ଟ କାଳ ରୁ ଖୋଜୁଛି

ସେଇ ପ୍ରତିକୃତି କୁ ମୋ ଦୁଇ 

ଆଖିର ବଳୟ ଭିତରେ


ତୁମ ପାଦ ଶବ୍ଦ

ଠିକ ମୋ ହୃଦୟ ର ସ୍ପନ୍ଦନ ପରି

ତୁମେ ଆସୁଛ ନା !

ଶୂନ୍ୟ ଇଲାକାର ସ୍ବପ୍ନ ପରି

ତୁମ ସହ ମୋ ଅନୁଭବ

ତୁମେ ଧରିଥିଲ ହାତକୁ ମୋର

ମୁଁ ଦେଖୁଥିଲି, ଚାହୁଁ ଚାହୁଁ

ତୁମ ଆଙ୍ଗୁଠି ଗୁଡ଼ିକ ବଦଳାଯାଇଥିଲା ଶଂଖା ରେ


ପରିବ୍ୟାପ୍ତ ଆମ ସମ୍ପର୍କ

ଅପରିମିତ

ସକାଳୁ ସଞ୍ଜ ପର୍ଯ୍ୟନ୍ତ

ବିନ୍ଦୁ ରୁ ସାଗର ପର୍ଯ୍ୟନ୍ତ

ପ୍ରଳୟରୁ ସୃଷ୍ଟି ପର୍ଯ୍ୟନ୍ତ

ଏ ଯୁଗରୁ ଅନ୍ୟ ଏକ ଯୁଗ ପର୍ଯ୍ୟନ୍ତ


ଆସ କିଛି ଆଙ୍କିବା

ଏଇ ନିରବ ପଣ ଭିତରୁ 

ଅନେକ କିଛି କହୁଥିବା ରାତିକୁ ନେଇ..... ହଁ ସେଇ ରାତି

ଯିଏ ଚୋରେଇ ଚାଲିଥିଲା

ଅଳ୍ପ ଅଳ୍ପ କରି ନିଦକୁ ମୋର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance