STORYMIRROR

Paramita Sarangi

Others

4  

Paramita Sarangi

Others

ବାପୁଙ୍କ ଭାରତ

ବାପୁଙ୍କ ଭାରତ

1 min
391


ଗୋଲ ଗୋଲ ଚଷମା ଭିତରେ

ଦେଖିଥିଲ ସ୍ବପ୍ନ

କେଉଁ ଏକ ନୂଆ ଭାରତର

ଦେଖାଇ ଥିଲ ରାସ୍ତା

ଲଢିବାକୁ ବନ୍ଧନ, ଘୃଣା, ବିଦ୍ବେଷର ସହ

ଅହିଂସା, ପ୍ରେମ, ଶ୍ରମର ଅସ୍ତ୍ରରେ

ନିରସ୍ତ୍ର ହୋଇ ବି


କୁଆଡେ ହଜିଗଲ ତୁମେ

ଦବି ଯାଇ ଥିବା ଶିରା ପ୍ରଶିରାରେ

କଷ୍ଟକୁ ବି ନିଦ ଆସି ଗଲାଣି

ମୋ ଦେଶର ସ୍ବପ୍ନ ଗୁଡିକ

କାଚରେ ଗଢି ବାକୁ ଲାଗିଲେଣି

ମାଂସହୀନ, ରକ୍ତହୀନ ଚରଖାଟା ବି

ପଡି ରହିଛି ସାବରମତୀର ଆଶ୍ରମରେ


ଏବେ କଡ ଲେଉଟାଉଛି

ଆଶା ଗୁଡିକ

ଦିନ ରାତିର ଚିନ୍ତା

ସେଇ ରାସ୍ତାଟିଏ ପାଇଁ ,

ଯେଉଁଟି ବ୍ୟାପିଛି ତୁମ ଆଡକୁ


ସତୁରୀ ବର୍ଷର ସ୍ବାଧୀନତା ପରେ ବି

ମୋ ଭାରତ ଠିଆ ହୋଇଛି

ଆକାଶକୁ ଚାହିଁ

ନୂଆ ଇତିହାସ ରମୋଡରେ

ଛୁଇଁବାକୁ ଲାଠି ଧରିଥିବା ହାତଟାକୁ


ସୂର୍ଯ୍ୟ ବି ଛାଣି ଛାଣି ପକାଇଲାଣି ଖରାକୁ

ଦୀପଟାକୁ ହାତରେ ଧରି

ଏବେ ବି ବଞ୍ଚିଛି ବିଶ୍ବାସଟେ

କାଳେ ଏଇଠୁ ଉଠିବ ଗୋଟେ ଚରିତ୍ର

ପରିଣାମ ଓ ଲକ୍ଷ୍ୟକୁ ନେଇ

ଖୋଜି ଆଣିବ ମୃତ ପରି ବଞ୍ଚୁଥିବା

ଶରୀର ଭିତରୁ, ଆତ୍ମା ଗୁଡିକୁ

କେଉଁ ଏକ ଆଶା ଆଡକୁ

ମୁଁ ବି ପରଦା ପକାଉନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍