STORYMIRROR

Paramita Sarangi

Abstract

2  

Paramita Sarangi

Abstract

" ଦର୍ପଣ ଓ ମୁଁ"

" ଦର୍ପଣ ଓ ମୁଁ"

1 min
113

ସବୁବେଳେ ମୋ ଶବ୍ଦ କୁ ସନ୍ଦେହ କଲ

ତୁମ କୁ ମୋ କଥା ଗଂଧ ହେଉ ଥିଲା

ମୁଁ ଗଂଗାଜଳ ରେ ମୁହଁ ଧୋଇଲି

ସଫା କଲି ଶବ୍ଦ ଗୁଡିକୁ

ତଥାପି ମାନିଲନି ତୁମେ

କହିଲ ଏଇଟା ଶେଷ ଦେଖା

ଆଉ କେବେ ଦେଖା ହେବନି ଭାବି

ମୁଁ ଘରୁ ବାହାରିଲି

ତୁମ ସନ୍ଦେହ କୁ ପର୍ସ ରେ ରଖି


ମୋ ସାମନା ରେ ତୁମେ ବସିଥିଲ


ଭଉଁରୀ ପରି ପହଁରୁଥିବା ଦୃଷ୍ଟି

ଯେମିତି କହୁଥିଲା "ଗଂଗାଜଳ ବି ତ ମଇଳା"

ମୁଁ କିଛି କହିବାକୁ ଇଛା କରୁଥିଲି

କିଛି ଲେଖିବାକୁ ବି ଚାହୁଁଥିଲି

ଗୋଟିଏ କବିତା ରଜ

ହେଲେ କେଉଁ ଶବ୍ଦ ମାନଙ୍କ ସାହାଯ୍ୟ ରେ

ଆହାଃ, ଶବ୍ଦ କିଛି ଉଧାର ରେ ମିଳନ୍ତା କି


ଭାବୁଛି ଭୁଲିବି ଏବେଠୁ

ତୁମ କଥା, ତୁମ ହସ , ତୁମ ସ୍ପର୍ଶକୁ

କେତୋଟି ବ୍ୟର୍ଥତା ର ରାତି କୁ

ପବିତ୍ର ହେବା ପାଇଁ ଗଂଗାଜଳ ବା

ଆବଶ୍ୟକ କଣ


ଦର୍ପଣ ସାମନା ରେ ଠିଆ ହେଲି

ଦୃଷ୍ଟି ଆଢୁଆଳ ରେ

ମୋର ଅସ୍ତିତ୍ବ କୁ ଖୋଜୁଥିଲି

ମୋ ପାଖରେ ତୁମେ ନ ଥିଲ

ଦର୍ପଣ ଭିତରେ ମୁଁ ବା କୋଉ ଥିଲି ଯେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract