STORYMIRROR

Paramita Sarangi

Abstract

4  

Paramita Sarangi

Abstract

ପୁଣି ଆରମ୍ଭ ହୁଏ

ପୁଣି ଆରମ୍ଭ ହୁଏ

1 min
329

ଏକ ଅଜଣା ଦୁନିଆରେ

ଶବ୍ଦାର୍ଥଙ୍କର ଲକ୍ଷ୍ୟହୀନ ଭ୍ରମଣ

କାଳାନ୍ତରରୁ ଖଣ୍ଡ ଖଣ୍ଡ ଭାଙ୍ଗି

ଖସି ପଡୁଥିବା ମୁହୂର୍ତ୍ତ ମାନଙ୍କ ଭଗ୍ନାଂଶରେ

ଆଜି ବି ବଞ୍ଚିଛି ଖାଲି

ରାଣୀ ନଫର୍ତୀତଙ୍କ ନାଁର ଅକ୍ଷର ଗୁଡିକ


ସ୍ପଷ୍ଟତା ଭିତରେ କେତେ ଅନିଶ୍ଚିତତା


ମୋ ଆଖିର ରେଟିନାରେ

ମୁଁ ହିଁ ନ ଥାଏ,

ଆଲୋକିତ କୋଠରୀ ଭିତରେ

ଦିନ ନୁହେଁ , ଦିନର ଭ୍ରମ ଥାଏ

ମୁଁ ନିରବ ରୁହେ,

ମୋ କବିତା ବି ଉଭେଇ ଯାଏ

ମୁଁ ଅସମର୍ଥ ଥାଏ ,

ପ୍ରଶ୍ନର ଉତ୍ତର ଦେବାକୁ

ମୋ ଭାଷାକୁ ବଖାଣିବାକୁ

ଗୋଟେ ରଙ୍ଗମଞ୍ଚରେ ଲୌକିକ ଭୂମିକାର

ବାସ୍ତବକୁ ବୁଝିବାର କ୍ଷମତା କେଉଁଠି ଥାଏ?


ମୋ କବିତା ଥାଉ କି ଉଭେଇ ଯାଉ

କିଛି ଅଛି , କିଛି ନାହିଁ ଭିତରେ

କଳ୍ପନାକୁ ଭାଙ୍ଗି,ଗଢି

ଭାଗବତର ଶବ୍ଦ ଗୁଡିକ ପରି

ଉଚ୍ଚାରଣ କରେ ଦୃଶ୍ୟ ସବୁକୁ


କିଛି ସ୍ଵଛତାର ପ୍ରତିଫଳନ ନେଇ

ମୋ ଶବ୍ଦ ଗୁଡ଼ିଏ

ମୋ ଡାଇରିରୁ ମୁକୁଳୁଥାନ୍ତି

ମୁଁ ପୁଣି ଆରମ୍ଭ ହୁଏ ସରିଗଲା ପରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract