STORYMIRROR

Lipsa Acharya

Action Inspirational

4  

Lipsa Acharya

Action Inspirational

କିଚ୍ଥି କଥା ଶବ୍ଦରେ କହି ହୁଏନା

କିଚ୍ଥି କଥା ଶବ୍ଦରେ କହି ହୁଏନା

1 min
395


ଛୋଟିଆ କଢିଟିଏ ଥିଲି,

ଦରଫୁଟା ବି ହେଇନଥିଲି,

କାହିଁକି ମୋତେ ଦଳିଦେଲ ?


ମୋ ମା' ବାପା ଆଖିରୁ,

ଶୁଖୁନି ଲୁହର ଧାର,

ଆଉ, ତମେ ପଚାରୁଚ ଘଟଣା କଣ?


ରାଜଉଆସଟେ ନ ଥିଲା ମୋର,

ତଥାପି ରାଜଜେମା ଥିଲି ମୁଁ,

ବଞ୍ଚିବାର କଣ ଅଧିକାର ନ ଥିଲା ?


ମୁଁ ତ ମାଚ୍ଥର ମାଂସ ଖାଇ ପାରୁନଥିଲି,

ମୋ ଶରୀରର ମାଂସକୁ କାମୁଡି କାମୁଡି ଖାଇଦେଲ,

କଣ ମୋ ଆତ୍ମା ଝିଅ ଶରୀରଟା ଧାରଣ କରି ପାପ କରିଦେଲା?


ବଞ୍ଚିଥିଲି ଯେତେବେଳେ ସୁରକ୍ଷା ଦେଇପାରିଲ ନାହିଁ,

ଆଜି ମୁତ୍ଯୃ କୋଳେଇ ନେଲା ପରେ ନ୍ଯାୟ ମିଳୁ ଦାବି,

ସବୁ ସରିଗଲା ପରେ କାହିଁକି ଏ ଦାବି , ଆଗରୁ କୁଆଡେ ଯାଇଥିଲ ?


ନା ସାମାଜିକ ବ୍ଯବସ୍ଥା ଠିକ୍,

ନା ନ୍ଯାୟ ବ୍ଯବସ୍ଥା ଠିକ୍,

ବୁଝାଇ ଦିଏ ଥରେ କଣ ଏଠି ଠିକ୍?


ଟିକି ଝିଅଟିଏ ମୁଁ ଥିଲି,

ଭଲ କରି ବର୍ଣ୍ଣମାଳା ଜ୍ଞାନ ନ ଥିଲା,

ମୋର ଶରୀର ଉପରେ ଜ୍ଞାନ କେଉଁଠୁ ଆସିଥାନ୍ତା ?


ଖେଳନା ସହିତ ଖେଳୁଥିଲି ମୁଁ,

ନିଜେ ପାଲଟି ଗଲି ଖେଳନା,

କଣ ଝିଅ ଶରୀରଟା ଖେଳନା,

ଯାହାର ଗଣା ହୁଏ ନାହିଁ ବୟସ ?


ମୁଁ ତ ଚାଲିଗଲି,

ଆଉ ଚ୍ଥାଡିଗଲି ହଜାରେ ପ୍ରଶ୍ନ,

କେବେ ଖୋଜିବ ଏହାର ଉତ୍ତର?

ଆଉ କାହା ସହିତ ଘଟିଲା ପରେ?





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action